BusinessPolitics

ରେଳଷ୍ଟେସନରେ ପାର୍କିଙ୍ଗ ଫି . ଆକାଶଛୁଆଁ : ୮ ଗୁଣା ବଢ଼ିଗଲା ଦର

ଭୁବନେଶ୍ୱର,୧୭/୬: ଭୁବନେଶ୍ୱର ରେଳଷ୍ଟେସନରେ ପାକିଂ ଫି’ ଆକାଶଛୁଆଁ ହୋଇଯାଇଛି। ପୂର୍ବରୁ ବାଇକ୍ ପିଛା ଫି’ ଥିଲା ୧୨ ଟଙ୍କା। ଏବେ ୮ ଗୁଣା ବଢ଼ିକରି ଏହି ଦେୟ ଫି ଯନ୍ତ୍ରଣାରେ ଯାତ୍ରୀ ଅସନ୍ତୁଷ୍ଟ

ବାଇକ୍ ଫି ଥିଲା ୧୨, ୯୪ ଟଙ୍କା ହୋଇଯାଇଛି। ସାଇକେଲ୍‌ ପାର୍ଟି ଦର ବି ୫ ଗୁଣା ବଢ଼ିଯାଇଛି। ଏହାକୁ ନେଇ ଯତ୍ରୀଙ୍କ ଭିତରେ ଅହେତୁକ ଅସନ୍ତୋଷ ଦେଖିବାକୁ ମିଳିଛି।

ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ଵରେ ରେଳଷ୍ଟେସନ ପକ୍ଷରୁ ବାଇକ୍, ସାଇକେଲ ପାଇଁ ପାକିଂ ସ୍ଥଳ ରହିଛି। ପୂର୍ବତଟ ରେଳବାଇ ପକ୍ଷରୁ ଏହି ପାର୍ଟି ସ୍ଥଳକୁ ‘ଡି ଆଣ୍ଡ ଏସ୍ ଆସୋସିଏଟ୍’କୁ ଲିଜ୍ ଆକାରରେ ଦିଆଯାଇଛି। ପୂର୍ବରୁ ଏହି ଟେଣ୍ଡର ମା’ ତାରିଣି ସିକ୍ୟୁରିଟି ସର୍ଭିସକୁ ମିଳିଥିଲା।

ଯାହାର କଣ୍ଟ ଗତ ୧୨ ତାରିଖରେ ସରିଯାଇଥିଲା। ଟେଣ୍ଡର ନେଇଥିବା ନୂଆ ସଂସ୍ଥା ଏବେ ମନଇଚ୍ଛା ପାର୍ଟି ଫି’ ଆଦାୟ କରୁଛି । ଯାତ୍ରୀମାନେ ଅତିଷ୍ଠ ହୋଇପଡ଼ିଲେଣି।

ପ୍ରମୋଦ ସାହୁ ନାମକ ଜଣେ ବାଇକ୍ ଆରୋହୀଙ୍କ ଅଭିଯୋଗ ମୁତାବକ, ସେ ଶନିବାର ବାଇକ୍

ସେହିପରି ଏହି ପଙ୍କ୍ତି ସ୍ଥଳରେ ପୂର୍ବରୁ ସାଇକେଲ ରଖିଲେ, ଦିନକୁ ୫ ଟଙ୍କା ଦେବାକୁ ପଡୁଥିଲା। ଏବେ ଏହି ଦେଶ ୨୪ ଟକାକୁ ବଢ଼ିଛି। ଗୋଟିଏ ବାଇକ‌କୁ ମାସ ପାଇଁ ରଖିଲେ, ପ୍ରାୟ ୮୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ପାର୍ଟି ସ୍ଥଳରେ ଝୁଲିଥିବା ଫଳକରେ ଲେଖାଯାଇଛି।

ପାର୍ଟିସ୍ଥଳରେ ବାଇକ୍ ରଖି ରଜ ପାଇଁ ଗାଁକୁ ଯାଇଥିଲେ। ଗାଁରୁ ଫେରି ବାଇକ୍ କାଢ଼ିବା ବେଳକୁ ପାଙ୍ଗି ବାବଦକୁ ଫି’ ୩୭୬ ଟଙ୍କା ଦେଇଥିଲେ। ପୂର୍ବରୁ ୪ ଦିନ ପାଇ ୪୮ ଟଙ୍କା ଦେବାକୁ ପଡୁଥିଲା। ଏହି ନୂଆ ପାର୍ଟି ଦେୟ ଢ଼େର୍ ଅଧିକ ବୋଲି ସେ କହିଛନ୍ତି।

ଖାଲି ବାଇକ୍ କି ସାଇକେଲ ପାକିଂ ନୁହେଁ, କାର ପାକିଂ ସ୍ଥଳର ମଧ୍ୟ ଦେୟ ଢ଼େର୍ ଅଧିକ। ସେଠାରେ ୨ ଘଣ୍ଟାକୁ ୨୪ ଟଙ୍କା ଆଦାୟ କରାଯାଉଛି। ୨୪ ଘଣ୍ଟା ଯାଏଁ କାର ରଖିଲେ ୭୧ ଟଙ୍କା ଦେୟ ରହୁଛି। ଯଦି କେହି ଗୋଟିଏ ଦିନରୁ ଅଧିକ କାର ରଖୁଛି, ତା’ ହେଲେ ୧୪୨ ଟଙ୍କା ଦେବାକୁ ପଡୁଛି।

ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି, କର୍ମସିଆଲ ଇନ୍ସପେକ୍ଟର, ଷ୍ଟେସନ ମ୍ୟାନେଜର ଓ ଆକାଉଣ୍ଟ ଅଧିକାରୀଙ୍କ ଦ୍ବାରା ପାକିଂ ଫି ଧର୍ଯ୍ୟ କରାଯାଉଛି। ଏକ ସର୍ଭେ କମିଟି ଏହି ଫି ରିପୋର୍ଟକୁ ପ୍ରସ୍ତାବ ଦେବା ପରେ ଡିଆମ୍‌ଙ୍କ ଅନୁମତି ଦରକାର । ଯେହେତୁ ଟେଣ୍ଡର ବେଳେ ସବୁଠୁ ଅଧିକ ଟଙ୍କା ଦେଉଥିବା ସଂସ୍ଥାକୁ ପାକିଂ ସ୍ଥଳ ଲିଜ୍‌ରେ ମିଳୁଛି। ପୂର୍ବରୁ ୧୨ ଲକ୍ଷ ଟଙ୍କାରେ ନିଲାମ ମିଳିଯାଉଥିଲା। ଏବେ ଲିଜ୍ ନେଇଥିବା ନୂଆ ସଂସ୍ଥା ୪୫ ଲକ୍ଷ ଟଙ୍କାରେ ନିଲାମ ନେଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button