DIstrictHealthNationOdisha

ଆଲର୍ଟରେ ସବୁ ଜିଲ୍ଲା : ଡାଇରିଆ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ସଂକ୍ରମଣ ଉତ୍ସ ଏବେ ବି ଅସ୍ପଷ୍ଟ

ଭୁବନେଶ୍ବର, ୧୭/୬: ରାଜ୍ୟରେ ଡାଇରିଆ ଥମୁନାହିଁ। ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତମାନ ସୁଦ୍ଧା ସରକାରୀ ଭାବେ ୧୧ଜଣଙ୍କ ଡାଇରିଆରେ ମୃତ୍ୟୁ ହୋଇଛି| ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଡାଇରିଆ ସଂକ୍ରମଣକୁ ନଜରରେ ରଖି ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି। ତେବେ କେଉଁ ଉତ୍ସରୁ ଯାଜପୁରରେ ଡାଇରିଆ ବ୍ୟାପିଲା ଏହା ଉପରେ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତେବେ ସଂକ୍ରମିତ ଜଳ ଉତ୍ସ କିମ୍ବା ସଂକ୍ରମିତ ଖାଦ୍ୟ, ପରିମଳ ବ୍ୟବସ୍ଥାରେ ତ୍ରୁଟି, ଅଧିକ ରୋଗୀ ଦେଖା ଦେଇଥିବା ଅଞ୍ଚଳରୁ କିମ୍ବା ବିଳମ୍ବରେ ପରୀକ୍ଷା ପାଇଁ ରୋଗୀ ଆସୁଥିବା କାରଣରୁ ଏହା ହୋଇଥାଇପାରେ ବୋଲି ସରକାର ସନ୍ଦେହ କରୁଛନ୍ତି ।

ଆଜି ରାଜ୍ୟର ୫ଟି ଜିଲ୍ଲାରେ ୪୨୯ଜଣ ନୂଆ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦୁଝରରେ ୮୨, ଯାଜପୁରରେ ୬୪, କଟକ ୧୪୫, ଢେଙ୍କାନାଳ ୬୫, ଭଦ୍ରକରେ ୭୩ ଜଣ ରୋଗୀ ହସ୍ପି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଯାଜପୁର ଜିଲ୍ଲାରେ ଏବେ ବି ୨୧୦ ଜଣ ଚିକିତ୍ସାଧୀନ ରହିଛନ୍ତି। ଜିଲ୍ଲାରେ ୪୦ଲକ୍ଷ ହାଲୋଜେନ୍‌ ବଟିକା, ୬ଲକ୍ଷ ଓଆର୍‌ଏସ୍ ଓଆଟ ପ୍ୟାକେଟ୍ ବଣ୍ଟନ କରାଯାଇଛି। ୪ଶହ ପ୍ୟାକେଟ୍ କଟ୍ ବ୍ଲିଚିଂ ପାଉଡର ଓ ୩ଲକ୍ଷ ୪୦ହଜାର ସଂକ୍ରାମକ ରୋଗ ନିରୋଧକ ଔଷଧ ଡକ୍ସିସାଇକ୍ଲିନ୍ ବଣ୍ଟାଯାଇଛି।

ଡାଇରିଆ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ସଂକ୍ରମଣ ଉତ୍ସ ଏବେ ବି ଅସ୍ପଷ୍ଟ

ପ୍ରଭାବିତ ଅଞ୍ଚଳକୁ ଗଲେ ରାଜ୍ୟ ସରକାରଙ୍କ ୪ ସ୍ବତନ୍ତ୍ର ଟିମ୍

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଆଦିବାସୀ ବହୁଳ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପାଇଁ ସ୍ବତନ୍ତ୍ର କ୍ୟାମ୍ପ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button