ପୂର୍ବତନ ସାଂସଦ ପ୍ରତିନିଧଙ୍କ ନାମରେ ମାଳ ମାଳ ସରକାରୀ ଜମି, ଅଭିଯୋଗ ମାଳ ମାଳ କାର୍ଯନୁଷ୍ଠାନ ଶୂନ

ଝରିଗାଁ, ୧୬/୦୬ : ନିଜ କ୍ଷମତାର ଦୁରୁପଯୋଗ କରିଛନ୍ତି ପୂର୍ବତନ ସାଂସଦ ପ୍ରତିନିଧୂ । କ୍ଷମତାର ଦୁରୁପଯୋଗ କରି ଏକର ଏକର ସରକାରୀ ଜମିକୁ ବଳପୂର୍ବ କ ଅକ୍ତିଆର କରିଛନ୍ତି ଜିଲ୍ଲା ପୂର୍ବତନ ବିଜେଡି ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଝରିଗାଁ ବ୍ଲକ୍ ପ୍ରତିନିଧ୍ ପ୍ରିୟରଞ୍ଜନ ଦାସ ଓରଫ ବୁଲୁ ଦାସ । ବର୍ଷାଧିକ କାଳ ଏହିପରି ଭାବେ ଏକାକ ସରକାରୀ ଜମି ଜବରଦଖଲ କରି ଆସିଥିବା ନେଇ ଆଜି ଝରିଗାଁ ବ୍ଲକ୍ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ଲିଖୁତ ଅଭିଯୋଗ କରିଛନ୍ତି ଲୋକେ । ଅଭିଯୋଗ ଅନୁଯାୟୀ ବୁଲୁ ଦାସ ପୂର୍ବତନ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ପ୍ରତିନିଧୂ ଥିବା ସମୟରେ ଝରିଗାଁ ସ୍ଥିତ ନିଜ ବାସଭବନ ସନ୍ନିକଟ ମଶାଣିପଦାର କିଛି ଜାଗାକୁ ଜବରଦଖଲ କରି ସେଠାରେ ଏକ ସୁଉଚ୍ଚ ଘର ନିର୍ମାଣ କରି ଥିବା ବେଳେ ଝରିଗାଁ ଠାରେ ଡିଗ୍ରୀ କଲେଜ ପାଇଁ ସଂରକ୍ଷିତ ସରକାରୀ ଜମିକୁ ମଧ୍ୟ ଜବରଦଖଲ କରିଛନ୍ତି ବୁଲୁ ଦାସ । ସେହିଭଳି ଝରିଗାଁ ଠାରେ ନିର୍ମାଣାଧୀନ ନୂତନ କୋର୍ଟ ସାମନାରେ ମଧ୍ୟ ସରକାରୀ ଜମିକୁ ଜବରଦଖଲ କରି ବୁଲୁ ଦାସ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଥିବା
ବେଳେ ଝରିଗାଁ ଆଦର୍ଶ ବିଦ୍ୟାଳୟ ସାମ୍ନାରେ ଝରିଗାଁ-ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତା କଡ଼ରେ ମଧ୍ଯ ବୁଲୁ ଦାସ ପ୍ରାୟ ୫୦ ସଂଟ ସରକାରୀ ଜମି ଜବରଦଖଲ କରି ସେଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି । ଲୋକେ ଏହାର ତ୍ଵରିତ ତଦନ୍ତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଯୋଗକାରୀ ଗଜେନ୍ଦ୍ର ପାଣ୍ଡେ । ଅଭିଯୋଗକାରୀ ଗଜେନ୍ଦ୍ର ପାଣ୍ଡେଙ୍କ ଅଭିଯୋଗ ଅନୁ ଯାଇ ଝରିଗା ମୌଜାର ସରକାରୀ ଖାତା ନଂ ୩୯୮ ରେ ପ୍ଲଟ ନଂ ୬୮୮, ୧୧୦୯, ୧୫୯୩ ଏବଂ ତାଲିଆମା ମୌଜାର ଖାତା ନଂ ୧୩୪ ପ୍ଲଟ ନଂ ୪୦ ରେ ଐବେଧ ଦଖଲ କରି ମାର୍କେଟ ଗ୍ରହ ନିର୍ମାଣ କରିଛନ୍ତି । ସବୁବେଳେ ସରକାର ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ସବୁ ଯୋଜନା କରୁଥିବା ବେଳେ ଝରିଗାଁ ବ୍ଲକରେ ଏହାର କିନ୍ତୁ ଓଲଟା ଚିତ୍ର ଦେଖୁବାକୁ
ମିଳୁଛି । ଗରିବ ଲୋକଙ୍କୁ ଖଣ୍ଡିଏ ଆବାସ କି ଘରଡ଼ିହ, ଚାଷ ଜମି ମିଳି ପାରୁ ନଥିବା ବେଳେ ଏଇଠି ବଡ଼ବଡ଼ିଆଙ୍କୁ ମିଳିଛି ଏକର ଏକର ଚାଷ ଜମି, ଘରବାରି । ନିଜସ୍ଵ ଗ୍ରାମରେ ପୂର୍ବପୁରୁଷରୁ ବସବାସ କରି ଆସୁଥିବା ଲୋକଙ୍କୁ ସେହି ଗ୍ରାମରେ ଲିଜ ଯୋଗ୍ୟ ଜମି ମିଳୁ ନଥିବା ବେଳେ ଅନ୍ୟ ପଂଚାୟତରୁ ରପ୍ତାନି କଲା ପରି ବଡ଼ବଡ଼ିଆ ଙ୍କୁ ଆଣି ଥଇଥାନ କରାଯାଇଥିବା ଦେଖୁବାକୁ ମିଳିଛି । ସୂଚନା ଯୋଗ୍ୟ ଯେ ବିଜେଡି ଶାସନରେ ସାଂସଦଙ୍କ ପ୍ରତିନିଧୂ ଥିବା ପ୍ରିୟରଞ୍ଜନ ଦାସଙ୍କ ସରକାରୀ କଳରେ ଥିବା ସମୟରେ ସରକାରୀ ଜମିର ଲୋଭଏମିତି ଥିଲା ଯେ ସେ ଯେତେ ମୂଲ୍ୟବାନ ଜମିକୁ ନିଜ ଅକ୍ତିଆରକୁ ନେଇ ବଡ଼ ବଡ଼ କୋଠା ନିର୍ମାଣ ସହିତ ଚାଷ ଜମିକୁ ମଧ୍ଯ ଛାଡି ନାହାନ୍ତି । ଝରିଗାଁ ତହସିଲ ଅନ୍ତର୍ଗତ ଗୋମିଓଡ଼ା ରେ ନିଜ ସ୍ତ୍ରୀଙ୍କ ନାମରେ ଆସି ୨ଏକର ସହିତ କୁଟ୍ରିଛାପର ପଂଚାୟତରେ ଘରବାରି ପାଇଛନ୍ତି ଉଛନ୍ତି । ଏ ବାବଦରେ ଜିଲ୍ଲାପାଳ ଶ୍ରୀ ଶୁଭଙ୍କର ମହାପ ପାତ୍ର ତ୍ବରିତ କାର୍ଯାନୁଷ୍ଠାନ ନେବା ନେବା ନିମନ୍ତେ ସ୍ଥାନୀୟ ତହସିଲଦାର ସୁମନ୍ତ ପାତ୍ରଙ୍କୁ ନିର୍ଦେଶ ଦେଈଛନ୍ତି ଦେଖୁବାକୁ ବାକି ରହିଲା ରାଜସ୍ବ ବିଭାଗର ବୁଲଡୋଜର ଧରି କାର୍ଯନୁଷ୍ଠାନ ନେଉଛି ।