DIstrictNawarangpurOdishaPolitics

୨୦୨୬ ଅକ୍ଟୋବରରୁ ଜନଗଣନା

ପ୍ରଥମ ଥର କରିହେବ ଜାତିଭିତ୍ତିକ ଜନଗଣନା

ନୂଆଦିଲ୍ଲୀ,୧୬।୬: ଦେଶରେ ଜନଗଣନା ପାଇଁ ଆଳି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଦୁଇଟି ପର୍ଯ୍ୟାଗରେ ଜନଗଣନା କରା‌ଯିବ । କରି ବିଜ୍ଞପ୍ତି ଅନୁସାରେ ପ୍ରଥମ ପର୍ଯ୍ୟାୟ ଜନଗଣନା ୨୦୨୬ ଅକ୍ଟୋବର ୧ରୁ ହେବ । ଏଥିରେ ୪ଟି ପାହାଳୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର ଓ ଲଦାଖ ସାମିଲ ଅଛି। ତୁଷାରପାତକୁ ଦୃଷ୍ଟିରେ ରଖି ଏଠାରେ ଆଗୁଆ ଜନଗଣନା କରା‌ଯିବ।

୨୦୨୭ ମାର୍ଚ ୧ରୁ ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଜନଗଣନା କରାଯିବାକୁ ସ୍ଥିର ହୋଇଛି।

ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଅଭିଯନ ବା ହାଉସ୍ ଲିଷ୍ଟ ଅପରେସନ (ଏଚ୍ .ଏଲ୍‌ ଓ) କରାଯିବ । ଯେଉଁଥିରେ ପ୍ରତିଟି ପରିବାରର ଘରର ସ୍ଥିତି, ସମ୍ପରି ଓ ଅନ୍ୟାନ୍ୟ ସୁଖ ସୁବିଧର ଯଞ୍ଚ ହେବ। ସେହିଭଳି ଦ୍ଵିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ସୂଚୀ (ପିଇ) ସଂଗ୍ରହ କରାଯିବ । ଯେଉଁଥିରେ ପ୍ରତ୍ୟେକ ପରିବାରର ପ୍ରତିଟି ବ୍ୟକ୍ତିଙ୍କ

କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି

ଦେଶବ୍ୟାପୀ ୨ଟି ପର୍ଯ୍ୟାୟରେ ଗଣନା

ପ୍ରଥମଥର ପାଇଁ ହେବ ଜାତିଗତ ଗଣନା

ସଂଖ୍ୟା, ସାମଜିକ-ଅର୍ଥିକ, ସାଂସ୍କୃତିକ ଓ ଅନ୍ୟନ୍ୟ ସବିଶେଷ ତଥ୍ୟ ସଂଗ୍ରହ କରା‌ଯିବ। ଜନସଂଖ୍ୟା ଓ ପରିବାରର ତଥ୍ୟ ସଂଗ୍ରହ ଲାଗି ୩୪ ଲକ୍ଷ ଗଣନାକାର ତଥା ସୁପରଭାଇଜର ଏବଂ ୧.୩ ଲକ୍ଷ ଜନଗଣନା କାର୍ଯ୍ୟ କର୍ଗାଙ୍କୁ ନିଯୁକ୍ତ କରାଯିବ। ମୋବାଇଲ ଆପ୍ ଜରିଆରେ ସମ୍ପୂର୍ଣ ଡିଜିଟଲ ପ୍ରକ୍ରିୟାରେ ଏହି ଜନଗଣନା କରଯିବ । ଜନଗଣନା ସମୟରେ ଲୋକମାନଙ୍କ ତଥ୍ୟକୁ ଯେଭଳି ଗୋପନୀୟ ତଥା ସୁରକ୍ଷିତ ରଖାଯାଇପାରିବ ସେଥିଲାଗି ଆବଶ୍ୟକ ସମସ୍ତ ବ୍ୟବସ୍ଥା ଗ୍ରହଣ କରଯିବ।

କେନ୍ଦ୍ର ସରକାର ଗତ ଏପ୍ରିଲ ୩୦ ତାରିଖରେ ଦେଶରେ ଜାତିଗତ ଜନଗଣନା

କରିବାକୁ ଘୋଷଣା କରିଥିଲେ । ତେଣୁ ଜନଗଣନା ସହ ଜାତିଗତ ଗଣନା ବି କରାଯିବ। ସ୍ବାଧୀନତା ଲାଭ ପରେ ଏହା ଦେଶରେ ହେବ ପ୍ରଥମ ଜତିଗତ ଜନଗଣନା। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡିକ ପୂର୍ବରୁ ଅନେକଥର ଜାତିଗତ ଜନଗଣନା କରିବାକୁ ଦାବି କରିଆସୁଥିଲେ । ଦେଶରେ ଶେଷଥର ପାଇଁ ଗତ ୨୦୧୧ରେ ଜନଗଣନା

ହୋଇଥିଲା । ପ୍ରତି ୧୦ ବର୍ଷରେ ଥରେ ଜନଗଣନା କରଯାଏ । ସେହି ଅନୁସାରେ ୨୦୨୧ରେ ଜନଗଣନା କରାଯିବା କଥା। କିନ୍ତୁ କୋଲିତ-୧୯ ମହାମାରୀ ଯୋଗୁ ଏହାକୁ ଘୁଞ୍ଚାଇ ଦିଅଯାଇଥିଲା ।

୧୮୮୧ରେ ଇଂରେଜମାନେ ଭାରତରେ ପ୍ରଥମଥର ପାଇଁ ଜନଗଣନା ଆରମ୍ଭକରିଥିଲେ । ୧୯୩୧ ମସିହା ପର୍ଯ୍ୟନ୍ତ ଏହା

ନିରବଚ୍ଛିନ୍ନ ଭାବେ ଚାଲିଥିଲା । ଏଥିରେ ଜାତିଗତ ଜନଗଣନା ମଧ୍ଯ ହେଉଥିଲା । ୧୯୪୧ରେ ଜାତିଗତ ଜନଗଣନା ହୋଇଥିଲା। କିନ୍ତୁ ତାର ରିପୋର୍ଟ ସାର୍ବଜନୀନ ହୋଇନଥିଲା । ଭାରତର ସମ୍ବିଧାନ ନିର୍ମତାମତେ ତଥା ଗଧୀନ ଭାରତର ପ୍ରଥମ କ୍ୟାବିନେଟ ବୈଠକରେ ଜାତିଗତ ଜନଗଣନା ନ କରିବାକୁ ନିଷ୍ପରି ହୋଇଥିଲା। କ୍ୟାବିନେଟରେ ଜବାହରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବି.ଆର. ଆମ୍ବେଦକର ଓ ମୌଲାନା ଆଜାଦଙ୍କ ଭଳି ନେତାମାନେ ସାମିଲ ଥିଲେ । ସେମାନେ ସ୍ଥିର କରିଥିଲେ କି ଦେଶରେ ଜାତିଗତ ଜନଗଣନା କରିବେ ନାହିଁ । କାରଣ ଏହା ସମାଜରେ ବିଭାଜନକାରୀ ହୋଇପାରେ। ୧୯୪୭ରେ ଦେଶ ସ୍ବାଧୀନତା ଲାଭ କରିବା

ପରେ ୧୯୫୧ରେ ସ୍ୱାଧୀନ ଭାରତର ପ୍ରଥମ ଜନଗଣନା ହୋଇଥିଲା। ସେଥିରେ ସବୁ ଜାତି ବଦଳରେ କେବଳ ଅନୁସୂଚିତ ଜାତି ଓ ଜନଜାତିଙ୍କ ଗଣନା କରାଯାଇଥିଲା। ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସଂରକ୍ଷଣ ଦେବା ଲାଗି ସମ୍ବିଧାନରେ ଗ୍ୟାରେଣ୍ଟି ରହିଥିଲା। ସେଥିପାଇଁ ସେମାନଙ୍କ ଗଣନା ହୋଇଥିଲା।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button