DIstrictHealthNationNawarangpurOdisha

ସେଲ୍‌ଫି ହେଲା କାଳ ଗୁଲମୀ ଜଳପ୍ରପାତରେ ଭାସିଗଲେ ୨ ପର୍ଯ୍ୟଟକ

କୋଟପାଡ଼, ୧୬|୬ : ପର୍ଯ୍ୟଟକଙ୍କ ପାଇଁ ଅସୁରକ୍ଷିତ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଗୁଲମୀ ଜଳପ୍ରପାତ। ଏଠାରେ ଭାସି ଯାଇଛନ୍ତି ଦୁଇ ନାବାଳକ ପର୍ଯ୍ୟଟକ ଆଜି ସକାଳେ ଜଣେ ପର୍ଯ୍ୟଟକଙ୍କ ମୃତଦେହ ମିଳିଥିଲା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନି। ମୃତକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଆଲୋକରାଜ ସୁନା (୧୫ବର୍ଷ) ବୋଲି ଜଣାପଡ଼ିଛି। ନିଖୋଜ ପର୍ଯ୍ୟଟକ କିରଣ ମିର୍ଗାନ ଦୁଇ ପର୍ଯ୍ୟଟକ ସେଲ୍‌ଫି ନେବା ସମୟରେ ଏଭଳି ଅଘଟଣ ଘଟିଛି।

ରବିବାର ଦିନ କୋଷାଗୁମୁଡ଼ା ବ୍ଲକର ୫ଜଣ ପର୍ଯ୍ୟଟକ ଗୁଲମୀ ଜଳପ୍ରପାତ ବୁଲିବାକୁ ଆସିଥିଲେ। ତେବେ କିଛି ଦିନ ହେଲା ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କୋଲାବ ନଦୀର ଜଳ ଗୁଲମୀ ଜଳପ୍ରପାତରେ ପ୍ରବାହିତ ହେଉଥିଲା ।

ତେଣୁ ଜଳପ୍ରପାତର ଜଳସ୍ତର ସାମାନ୍ୟ ଠାରୁ ଅଧିକ ରହିଥିଲା । ଏହି ବିଷୟରେ ପର୍ଯ୍ୟଟକମାନେ ଆଦୌ ଅବଗତ ନଥିଲେ। ଜଳପ୍ରପାତର ଅତି ନିକଟକୁ ଯାଇ ଫଟୋ ଉଠାଉଥିଲେ | ଦୁର୍ଭାଗ୍ୟବଶତଃ ଆଲୋକ ଓ କିରଣଙ୍କ ଗୋଡ଼ ଖସିଯାଇଥିଲା । ପାଣିର ପ୍ରଖର ସ୍ରୋତରେ ଦୁହେଁ ଭାସି ଯାଇଥିଲେ |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button