BusinessPolitics

ଭଣ୍ଡାରୀଗୁଡ଼ାକୁ ବିଦ୍ୟୁତ୍ ସଂଯୋଗ କେବେ ?

ଖୁଣ୍ଟ ପୋତିଲେ, ଟ୍ରାନ୍ସଫର୍ମର ବି ବସିଛି

ନବରଙ୍ଗପୁର, 15/6: ଘରେ ଘରେ ମିଟର ବସାଗଲା | ବିଦ୍ୟୁତ୍ ତାର ବି ସଂଯୋଗ ହୋଇଛି। ଗାଁରେ ଟ୍ରାନ୍ସଫର୍ମର ମଧ୍ୟ ସ୍ଥାପନ ହୋଇଛି। ଇତି ମଧ୍ୟରେ ୩ ମାସ ବିତିଗଲାଣି। କିନ୍ତୁ ଗାଁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇନଥିବାରୁ ଅନ୍ଧାରରେ ଜୀବନ କାଟୁଛନ୍ତି ୩ଟି ଗାଁର ଶତାଧିକ ପରିବାର ଲୋକେ। ଏଭଳି ଅଭିଯୋଗ କରିଛନ୍ତି ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ପଞ୍ଚାୟତର ଭଣ୍ଡାରୀଗୁଡ଼ା, ବଦରଗୁଡ଼ା ଓ ବରିପଦର ଗ୍ରାମବାସୀ ।

ଭଣ୍ଡାରୀଗୁଡ଼ା ଗାଁରେ ପରିବାରରେ ୨୦୦ ଲୋକ ବସବାସ କରୁଥିବା ବେଳେ ବଦରଗୁଡ଼ା ଓ ବରିପଦର ଗାଁରେ ୩୦୦ରୁ ଉର୍ଦ୍ଧ୍ବ ଲୋକ ବାସ କରନ୍ତି। ଏହି ତିନିଟି ଗାଁକୁ ବିଦ୍ୟୁତ୍ ବ୍ୟବସ୍ଥା ନଥିବାରୁ ବିଦ୍ୟୁତ୍ ସଂଯୋଗ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିଆସୁଥିଲେ । ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଗତ ତିନିମାସ ତଳେ ଟ୍ରାନ୍ସଫର୍ମର ଓ ଘରକୁ ଘର ମିଟର ବସାଯାଇଥିଲା । ଏପରିକି ଖୁଣ୍ଟ ପୋତି ତାର ମଧ୍ୟ ଟଣାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ୩ ମାସ ହେଲାଣି ବିଦ୍ୟୁତ୍ ସଂଯୋଗ ଦିଆଯାଇ ନଥିବାରୁ ଗ୍ରାମବାସୀଙ୍କ ଆଲୁଅ ଦେଖିବା ଆଶା

ମଉଳି ଯାଇଛି। ଗାଁକୁ କେବେ ବିଜୁଳି ଆଲୁଅ ଆସିବ ବୋଲି ଗ୍ରାମବାସୀ ଚାତକ ପରି ଅନେଇ ବସିଛନ୍ତି। ବିଦ୍ୟୁତ୍ ସଂଯୋଗ ନେଇ ଗ୍ରାମବାସୀ ବିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା କେହି କଣ୍ଠପାତ କରୁ ନଥିବା କ୍ଷୋଭର ସହ କହିଛନ୍ତି।

ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ବ ଦେଇ ବର୍ଷା ଋତୁ ପୂର୍ବରୁ ବିଦ୍ୟୁତ୍ ସଂଯୋଗ ଦେଲେ ଏହି ତିନି ଖଣ୍ଡ ଗାଁର ଲୋକେ ଉପକୃତ ହୋଇପାରିବେ ବୋଲି ଭଣ୍ଡାରୀଗୁଡ଼ା ଗାଁର ଭଗବତୀ ଗୌଡ଼, ଭଗବତୀ ଜାନୀ, ଦୁର୍ମତୀ ଜାନୀ, ଦୁତି ଗୌଡ଼,

ବାଳମତି ଗୌଡ଼, ମନାଇ ଗୌଡ଼, ସୁନିତା ଗୌ ରାମବତୀ ଗୌଡ଼, ପୂର୍ଣ୍ଣି ଜାନୀ, ଲଲତିତା ଭତ ଭବାନୀ ଗୌଡ଼, ଡମ୍ବରୁଧର ଭତରା, ନୀଲମ ଜା— ନାରାୟଣ ଜାନୀ, ଡମୁସିଂ ଗୌଡ଼, ପୀତମ ଗୌ କହିଛନ୍ତି। ଆଜି ଗ୍ରାମବାସୀମାନେ ନବରଙ୍ଗପୁର ଆସି ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ନବରଙ୍ଗ ବିଧାୟକ ଏବଂ ଜିଲ୍ଲାପାଳଙ୍କୁ ଭେଟି ଦାବିଦ ପ୍ରଦାନ କରିବା ସହ ଅନ୍ଧାରରୁ ମୁକ୍ତ କରିବ ଅନୁରୋଧ କରିଛନ୍ତି। ହେଲେ ଜିଲ୍ଲା ପ୍ରଶାସ କେବେ ଦୃଷ୍ଟି ଦେଉଛି ଦେଖିବାକୁ ବାକି ରହିଲା ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button