EntertainmentOdishaPolitics

ରଜ ଉତ୍ସବରେ ସାମିଲ ହେଲେ ଗଣଶିକ୍ଷା ମନ୍ତ୍ରୀ ଏସ୍ଵଚଜିଙ୍କ ଦ୍ବାରା ସ୍ବାକ୍ଷର ଅଭିଯାନ ଆରୟ

ଉମରକୋଟ, ୧୫/୬: ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳ ଦର୍ଗାଗୁଡାଠାରେ ରବିବାର ମହିଳା ଓ ଯୁବତୀଙ୍କ ସହ ରଜ ପର୍ବ ପାଳନ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାଜ୍ୟର ପୂର୍ବ ଓ ଉତ୍ତର ଓଡ଼ିଶାରେ ଏହି ପର୍ବକୁ ଯୁବତୀ ଓ ମହିଳାମାନେ ବେଶ ଧୁମ୍‌ଧାମରେ ପାଳନ କରୁଥିବା ବେଳେ ପ୍ରଥମ ଥର ପାଇଁ ଉମରକୋଟ ସହରର ଦର୍ଗାଗୁଡ଼ାଠାରେ ରଜ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କୁନିକୁନି ଝିଅଙ୍କ ସହ ଦୋଳି ଖେଳିଥିଲେ।

ଏହି ଅବସରରେ ଯୁବତୀ ଓ ମହିଳାଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା କାକରା, ମଣ୍ଡା ଓ ଆରିସା ପିଠା ସମସ୍ତଙ୍କ ମଧ୍ୟରେ ବଣ୍ଟନ କରଯାଇଥିଲା। ସେହିଭଳି ପିଲାମାନେ ମନ୍ତ୍ରୀଙ୍କୁ ମିଠା ଖୁଆଇ ଥିବା ଦେଖୁବାକୁ ମିଳିଥୁଲା । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥ୍ ଭାବେ ଏକ ନମ୍ବର ୱାର୍ଡର କାଉନସିଲର ତପନ କୁମାର ଦେବନାଥ, ଭାଜପାର ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀଙ୍କ ପ୍ରତିନିଧ ଅଶୋକ ପାଢ଼ୀ, ଏମ୍‌ପି ପ୍ରତିନିଧ୍ ରାମ ନାୟକ, ପୂର୍ବତନ କାଉନସିଲର ଭୁବନନେଶ୍ୱର ମାଝୀ, ଅବସରପ୍ରାପ୍ତ ଶିକ୍ଷକ ବିଘ୍ନରାଜ ସନ୍ତା, ଅବସରପ୍ରାପ୍ତ ଅଧ୍ୟାପକ ସରୋଜ ପଟନାୟକ, ଭାଜପା ନେତା ସୁରେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମ କମିଟି ସଭାପତି କୃଷ୍ଣଚନ୍ଦ୍ର ନନ୍ଦ ସଭାରେ ସଭାପତିତ୍ୱ କରିଥିବା ବେଳେ ସତ୍ୟ ନାରାୟଣ ରାଉତ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ

ମନ୍ତ୍ରୀ ଗଣ୍ଡ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ପରେ ଦର୍ଗାଗୁଡ଼ାଠାରେ ମନ୍ତ୍ରୀଙ୍କ ପାଣ୍ଠିରୁ ୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଇଥିବା କୀର୍ତନ ମଣ୍ଡପ ଓ ୟୁଭି ୪ ଦର୍ଗାଗୁଡ଼ା ବଙ୍ଗୀୟ ଗ୍ରାମ ୨ ଲକ୍ଷ ଟଙ୍କାରେ ନିର୍ମିତ ଦୁର୍ଗା ମଣ୍ଡପକୁ ଉଦଘାଟନ କରିଥିଲେ।

ଉମରକୋଟ ପୌର ପରିଷଦର ୧ ନମ୍ବର ୱାର୍ଡରେ ଆସୁଥିବା ଦର୍ଗାଗୁଡ଼ାଠାରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଦ୍ବାରା ଏକ ଅଭିନବ ଅଭିଯାନ ଆରମ୍ଭ କରାଯାଇଛି। ଗୋଷ୍ଠୀର ଅଶିକ୍ଷିତ ମହିଳାଙ୍କୁ ଗୋଷ୍ଠୀର ଶିକ୍ଷିତ ମହିଳାମାନେ ସ୍ବାକ୍ଷର କରିବା ଶିଖାଇବେ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ସହାୟକ ଗୋଷ୍ଠୀର ଶିକ୍ଷିତ ମହିଳାମାନେ ଅଶିକ୍ଷିତ ମହିଳାଙ୍କୁ ସ୍ବାକ୍ଷର ଶିଖାଇ ସମାଜର ମୁଖ୍ୟ ଧାରାରେ ଯୋଡିବା। ଏହି କାର୍ଯ୍ୟକ୍ରମରେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ମହିଳାଙ୍କୁ ସିଲଟ ଓ ଖଡ଼ି ଦେଇ ଦସ୍ତଖତ କରିବା ଶିଖାଇଥିଲେ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button