OdishaPolitics

ଜନଶୁଣାଣୀ ଅଭିଯୋଗ ପାଇଁ ଲୋକଙ୍କ ହଟହଟା !

ତୁରେକେଲା, ୧୫/୬ : ନିୟମ ସମସ୍ତଙ୍କ ପାଇଁ ସମାନ। ସମ୍ବିଧାନ ଅନୁସାରେ ସମସ୍ତଙ୍କ ମୌଳିକ ଅଧିକାର ରହିଛି। ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ କଣ୍ଟାବାଞ୍ଜି ତହସିଲରେ ରାଜା ରାଜୁଡ଼ା ଶାସନ ଚାଲୁଥିବା ମନେ ହେଉଛି। ପ୍ରଶାସନ ଲୋକଙ୍କଠାରୁ ଦୂରେଇ ଯାଉଥିବା ମନେ ହେଉଛି । ଦୂର ଦୂରାନ୍ତରୁ ବିଭିନ୍ନ କାମରେ ଆସୁଥିବା ଲୋକେ ହଇରାଣ ହେଉଛନ୍ତି । ଜନସାଧାରଣ ଓ ବରିଷ୍ଠ ନାଗରିକଙ୍କ ପାଇଁ ବସିବା ବ୍ୟତ ବ୍ୟବସ୍ଥା ନାହିଁ । ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ଅଭିଯୋ ପାଗ ପାଇଁ ଗଲେ ହଟହଟା ଟା ହେଉଛନ୍ତି। ତହସିଲଦାରଙ୍କ ନିଜ କାର୍ଯ୍ୟାଳୟ ନଥୁବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଉପଜିଲାପାଳ ରେହାନ କ୍ଷେତ୍ରୀଙ୍କୁ ପଚାରିବାରୁ କଣ ହୋଇଛି ତଦନ୍ତ କରି ବ୍ୟବସ୍ଥା କରାଯିବ ଓ ଜନସାଧାରଣଙ୍କ ସେବା ଜାରି ରହିବ ବୋଲି କହିଛନ୍ତି। ତହସିଲଦାରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରିନାହିଁ । ଜିଲା ପ୍ରଶାସନ ତୁରନ୍ତ
ତହସିଲଦାରଙ୍କ ଙ୍କ କାର୍ଯ୍ୟାଳୟ ଖୋଲି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଓ ଦରଖାସ୍ତ ଗ୍ରହଣ କରିବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button