EducationOdishaPolitics

ନିଶା ନିବାରଣ ସଚେତନତା ରଥ ର ଶୁଭାରମ୍ଭ

ଗୁଣପୁର,୧୪/୬ : ମାଦକ ଦ୍ରବ୍ୟ ବିରୋଧ ସଚେତନତା ରଥର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ କିରନ ଦୀପ କୌର ସହାତା, ସ୍ବତନ୍ତ୍ର ଅତିଥି ଭାବେ ଏସ୍‌ଡିପିଓ ବାବୁଲି ନାୟକ ପତାକା ଦେଖାଇ ରଥର ଉଦ୍‌ଘାଟନ କରିଛନ୍ତି।

ଅବକାରୀ ନିରୀକ୍ଷକ ପ୍ରୀତିଧାରା ନାୟକଙ୍କ ଅଧ୍ଯକ୍ଷତାରେ ଏହି କାର୍ଯ୍ୟ କ୍ରମ ହୋଇଥିଲା। ଆଦର୍ଶ ଥାନା ଅଧିକାରୀ କେକେବିକେ କହଁର, ପୌର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସିଓ ସଙ୍ଗୀତା ପଟ୍ଟନାୟକ, ଉପଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସ‌ହାୟକ ରାଧା ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରଚାର ରଥ ଗୁଣପୁର ଅବକାରୀ ରେଞ୍ଜ ଅଧୀନରେ ଥିବା ସମସ୍ତ ଗାଁ ଓ ପଡ଼ାକୁ ଯିବ।

ମାଦକ ଦ୍ରବ୍ୟ ଉପରେ ଲୋକଙ୍କୁ ସଚେତନ କରିବ ବୋଲି ଅବକାରୀ ନିରୀକ୍ଷକ ସୂଚନା ଦେଇଥିଲେ। ଅବକାରୀ ସହକାରୀ ନିରୀକ୍ଷକ ଦିବାକର ମହାପାତ୍ର ଓ ଅବକାରୀ କାର୍ଯ୍ୟାଳୟର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button