
ଲମତାପୁଟ, ୧୫/୬ : ଲମତାପୁଟ ବ୍ଲକ ମାଛକୁଣ୍ଡ ସ୍ଥିତ ଡୁଡୁମା ଜଳପ୍ରପାତକୁ ବୁଲି ଆସିଥିବା ଭୁବନେଶ୍ଵରର ଅନ୍ବେଶ ଦାସ (୧୭)ଙ୍କ ପାଦ ମାଛକୁଣ୍ଡ ଖସିଯିବାରୁ ଶନିବାର ଦିନ ଜଳପ୍ରପାତରେ ନିଖୋଜ ହୋଇଯାଇଥିଲେ। ପୁଲିସ ଏବଂ ଲମତାପୁଟ ଅଗ୍ନିଶମ ବିଭାଗ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅନ୍ବେଶଙ୍କ ପତ୍ତା ମିଳିପାରିନି। ସୋମବାର ଦିନ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ପୁଲିସ ସୂଚନା ଦେଇଢ଼ଛି। ସୂଚନାଯୋଗ୍ୟ ବଡ଼ଭାଇ ଏବଂ ଭାଉଜଙ୍କ ସହିତ କୋରାପୁଟ ବୁଲିବାକୁ ଆସିଥିଲେ ଅନ୍ବେଶ ବୁଲିବାକୁ ଯାଇଥିଲେ । ଡୁଡୁମା ଜଳପ୍ରପାତକୁ ଅତି ନିକଟରୁ ଦେଖିବା ପାଇଁ ପାହାଚରେ
ଶନିବାର ସକାଳୁ ମାଛକୁଣ୍ଡODRAA
ପ୍ରାୟ ୫୦୦ ଫୁଟ୍ ତଳକୁ ଯାଇଥିଲେ । ଫଟୋ ଉଠାଇବା ସମୟରେ ଚପଲ ଖସିଯିବାରୁ ଭାରସାମ୍ୟ ହରାଇ ଜଳପ୍ରପାତ ଭିତରକୁ ଖସି ପଡ଼ିଥିଲେ । ଆଖପାଖରେ ଥିବା ଲୋକ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ପରିବାର ଲୋକ ତୁରନ୍ତ ମାଛକୁଣ୍ଡ ଥାନାକୁ ଅଘଟଣ ବିଷୟରେ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଜଣାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭକରିଥିଲେ । ୪ ଘଣ୍ଟା ଧରି ପ୍ରୟାସ କରିବା ସତ୍ତ୍ବେ ଅନ୍ବେଶଙ୍କ ପତ୍ତା ମିଳିନଥିଲା । ରବିବାର ଦିନ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ତାଙ୍କ ପତ୍ତା ମିଳିନଥିବାରୁ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।