ଶ୍ରୀରାମ ମନ୍ଦିର ପରିସରରେ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ସୁନାବେଡ଼ା ୧୫/୦୬: ସୁନାବେଡ଼ା ଏ.ଇ.ଏଫ୍ କଲୋନୀସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଆସନ୍ତା ୧ ଓ ୨ ଜୁଲାଇ ୨୦୨୫ ତାରିଖରେ (ମଙ୍ଗଳବାର ଓ ବୁଧବାର) ହେରାପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ନବ-ନିର୍ମିତ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଡ଼ମ୍ବର ସହକାରେ ପାଳନ କରାଯିବ। ଶ୍ରୀରାମ ମନ୍ଦିର ସେବା ସଂସ୍ଥା ଦ୍ୱାରା ଆୟୋଜିତ ଏହି ଦ୍ୱି-ଦିବସୀୟ ଅନୁଷ୍ଠାନରେ ବୈଦିକ ରୀତିନୀତି ଅନୁସାରେ ବିଭିନ୍ନ ପୂଜାନୁଷ୍ଠାନ ଓ ଯଜ୍ଞ କାର୍ଯ୍ୟ ସମ୍ପାଦିତ ହେବ।କାର୍ଯ୍ୟସୂଚୀ ଅନୁଯାୟୀ, ୧ ଜୁଲାଇ (ମଙ୍ଗଳବାର) ହେରାପଞ୍ଚମୀ ଦିବସ ପୂର୍ବାହ୍ନ ୯:୩୦ରେ କଳଶ ଯାତ୍ରା, ଜଂଘା ଆମନ୍ତ୍ରଣ, ଶ୍ରୀ ହନୁମାନଙ୍କ ମହାସ୍ନାନ, ଘୃତଯଜ୍ଞ ଓ ପିଣ୍ଡି ପ୍ରତିଷ୍ଠା ଅନୁଷ୍ଠିତ ହେବ। ୨ ଜୁଲାଇ (ବୁଧବାର) ପୂର୍ବାହ୍ନ ୮:୩୦ରେ ସୂର୍ଯ୍ୟ ପୂଜା ଓ ଯଜ୍ଞ ଆରମ୍ଭ ହେବା ସହ ଅପରାହ୍ନ ୩:୪୫ରେ ପୂର୍ଣାହୂତି ଓ ଦିବା ୧:୦୦ ଘଟିକାରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି।ଶ୍ରୀରାମ ମନ୍ଦିର ସେବା ସଂସ୍ଥା ପକ୍ଷରୁ ସମସ୍ତ ଭକ୍ତଙ୍କୁ ଏହି ପବିତ୍ର ଅନୁଷ୍ଠାନରେ ଯୋଗଦାନ କରି ପ୍ରଭୁ ହନୁମାନଙ୍କ କୃପା ଲାଭ କରିବା ସହ ବୈଦିକ କାର୍ଯ୍ୟରେ ଯଥାଶକ୍ତି ସହଯୋଗ ପ୍ରଦାନ କରିବାକୁ ନିବେଦନ କରାଯାଇଛି।ଏହି ଅନୁଷ୍ଠାନ ପରିଚାଳନା ନିମନ୍ତେ ଗଠିତ କମିଟିରେ ସଭାପତି ଶୈରୀ ଚରଣ ନାୟକ, ସମ୍ପାଦକ ଚିରଞ୍ଜିବୀ ପରିଚ୍ଛା, ଉପଦେଷ୍ଟା କୀର୍ତ୍ତନ ଚନ୍ଦ୍ର ପରିଡ଼ା, ଲଳିତ ମହାପାତ୍ର, ଚିତ୍ତରଞ୍ଜନ ସାହୁ, ଗୋଲୋକ କୁମାର ପୋଟନାୟ, ଅଶ୍ୱିନୀ କୁମାର ପଟ୍ଟନାୟକ, ଚୈତନ ପାଢ଼ୀ, ବିଜୟ କୁମାର ହନ୍ତାଳ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ ଆଗ୍ରହୀ ହୋଇଛନ୍ତି।ଏହି ଦିବ୍ୟ ଅନୁଷ୍ଠାନ ଶ୍ରୀରାମ ଓ ଶ୍ରୀ ହନୁମାନଙ୍କ ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଉତ୍ସାହ ସୃଷ୍ଟି କରିବା ସହ ସମାଜରେ ଧାର୍ମିକ ସମନ୍ୱୟ ଓ ଶାନ୍ତି ସ୍ଥାପନରେ ସହାୟକ ହେବ ବୋଲି ଆଶା କରାଯାଉଛି।