
କୋରାପୁଟ, ୧୪/୬ ; କୋରାପୁଟ ଜିଲା ଜଙ୍ଗଲରୁ ଉଭେଇ ଗଲାଣି ଚନ୍ଦନ ବଣ ଜିଲାର ମାଟି, ପାଣି ଓ ପବନ ଚନ୍ଦନ ଗଛ ପାଇଁ ଉପଯୋଗୀ ହୋଇଥିବାରୁ ରାଜରାଜୁଡ଼ା ଶାସନ ଅମଳରେ ଜିଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚନ୍ଦନ ଚାରା ରୋପଣ କରାଯାଇଥିଲା । ଯାହା ପରବର୍ତ୍ତୀ ସମୟରେ ଜଙ୍ଗଲରେ ପରିଣତ ହୋଇଥିଲା । ମହାପ୍ରଭୁ ଜଗନ୍ନାଥଙ୍କୁ ଲାଗି ହେଉଥିବା ଚନ୍ଦନ ପାଇଁ ଆବଶ୍ୟକ କାଠ ଏଠାରୁ ଯାଉଛି । କିନ୍ତୁ ଚନ୍ଦନ କାଠ ମାଫିଆଙ୍କ ସକ୍ରିୟତା ଏବଂ ଜିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ନିଶ୍ଚିହ୍ନ ହେଲାଣି ଶହଶହ ବର୍ଷ ପୁରୁଣା ଚନ୍ଦନ ବଣ । ଚନ୍ଦନ ଗଛ ପରିପକ୍ବ ହେବା ପୂର୍ବରୁ ହିଁ ମାଫିଆମାନେ ବିଭିନ୍ନ ଉପାୟରେ କାଟି ନେଉଛନ୍ତି । ଜିଲାର ବିଭିନ୍ନ ଜଙ୍ଗଲରେ ଚନ୍ଦନ ଗଛ ଭରପୁର ହୋଇ ରହିଥିଲା। ଏହାସହ ବନ ବିଭାଗ ପକ୍ଷରୁ ଚନ୍ଦନ ଚାରା ରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଉଛି। ହେଲେ ଗଛ
ହୃଷ୍ଟପୁଷ୍ଟ ହେବା ପୂର୍ବରୁ ମାଫିଆମାନେ କାଟି ନେବାରେ ଲାଗିଛନ୍ତି। ଜିଲାରେ ସାନ୍ତାଳ ଆଲବମ ନାମରେ ଧଳା ଚନ୍ଦନ ଗଛ ଦେଖିବାକୁ ମିଳୁଥିଲା। ତାହା ମଧ୍ୟ ବିଲୁପ୍ତ ହେବାରେ ଲାଗିଛି। ପୂର୍ବେ ନନ୍ଦପୁରର ସିମଲା ଯିବା ରାସ୍ତା ପାର୍ଶ୍ବ ପାହାଡ଼ ଚନ୍ଦନ ଗଛରେ ପରିପୂର୍ଣ୍ଣ ଥିଲା । ସେଠାକାର ଚନ୍ଦନ ଗଛ
ତସ୍କର ସକ୍ରିୟ, ଜଙ୍ଗଲରେ ଆଉ ବାସୁନି ଚନ୍ଦନ ବାସ୍ନା
ପୂର୍ଣ ପରିପକ୍ବ ହୋଇ ଗଛର କାଠ ଫାଟିବା ପରେ ଏହାର ସୁଗନ୍ଧ କୋଶେ ଦୂର ପର୍ଯ୍ୟନ୍ତ ସୁବାସିତ ହେଇଥିଲା। କିନ୍ତୁ ଏବେ ଆଉ ସେହି ମହକ ନାହିଁ । ଚନ୍ଦନ ମାଫିଆମାନେ ଏଠାକାର ଗଛ ସବୁ କାଟି ନେବାରେ ଲାଗିଛନ୍ତି। ଏବେ କେବଳ ଛୋଟ ଛୋଟ ଗଛ ହିଁ ରହିଛି। ଜିଲାର ନନ୍ଦପୁର, ପଟାଙ୍ଗି, ଲମତାପୁଟ, ଗୁପ୍ତେଶ୍ଵର, ରାମଗିରି, ଘାଟଗୁମର,
ଦେଓଘାଟି, ଜୟପୁର ଅଞ୍ଚଳର ମହୁଲଇଟା, କୋଲାବ ଜଳଭଣ୍ଡାର ସଂଲଗ୍ନ ଅଞ୍ଚଳ, ଦେଓମାଳି ଯିବା
ରାସ୍ତାରେ ଛୋଟ ବଡ଼ ଚନ୍ଦନ ଗଛ ରହିଛି। କୋରାପୁଟ ରାସ୍ତାରେ ଆଇଆରବିଏନଠାରେ ବଡ଼ ବଡ଼ ଚନ୍ଦନ ଗଛ କଡା ପହଗା କାରଣରୁ ସୁରକ୍ଷିତ ରହିଛି। କିନ୍ତୁ ଅନ୍ୟାନ୍ୟ ଅଞ୍ଚଳରୁ ମାପିଆମାନେ ଅନାୟସରେ ଚନ୍ଦନ ଗଛ କାଟି ନେବାରେ ଲାଗିଛନ୍ତି।
ଚନ୍ଦନ ଗଛ ଚୋରି ରୋକିବାକୁ ବନରକ୍ଷୀ ଏବଂ ସ୍ଥାନୀୟ ବ୍ୟକ୍ତି ବା ଗୋଷ୍ଠୀଙ୍କୁ ଦାୟିତ୍ୱ ଦେବାକୁ ଦାବି ହେଉଛି। କୋରାପୁଟରେ ଚନ୍ଦନ କାଠଭିରିକ କ୍ଷୁଦ୍ର ଶିଳ୍ପ ସ୍ଥାପନର ଆବଶ୍ୟକତା ରହିଛି। ନୂଆ ଚନ୍ଦନ ବଣ ସୃଷ୍ଟି କରିବାକୁ ୨୦୨୩ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ତାହା ଶୀତଳଭଣ୍ଡାରକୁ ଚାଲି ଯାଇଛି। କୋରାପୁଟ ଜିଲାରେ ଚନ୍ଦନ ଗଛ ପାଇଁ ମାଟି ଓ ପରିବେଶ ଅନୁକୂଳ ଥିବାରୁ ଚନ୍ଦନ ଗଛ ଚାରା ଲଗାଇ ଚାଷ କରିବା ପାଇଁ ଜିଲାର ଯୁବକ ଯୁବତୀଙ୍କୁ ଉତ୍ସାହିତ କରାଯିବାର ଆବଶ୍ୟକତା ରହିଛି।