
ଉମରକୋଟ, ୧୪/୬: ନବରଙ୍ଗପୁର ଏକ ଆଦିବାସୀ ବହୁଳ ଜିଲାର ଉନ୍ନତି ପାଇଁ ରାଜ୍ୟ ସରକାର ସବୁବେଳେ ଯୋଜନା କରୁଛନ୍ତି । କିନ୍ତୁ ତାହା ସଫଳ ହୋଇପାରୁନାହିଁ ଯେତେସବ ଉନ୍ନତିମୂଳକ ଯୋଜନା ଗାଁ ବିକାଶ ପାଇଁ ଆସୁଛି ସେସବୁ କାଗଜକଲମରେ ସୀମିତ ରହି ଯାଉଛି । ଏହାର ଜ୍ଵଳନ୍ତ ଉଦାହରଣ ଉମରକୋଟ ବ୍ଲକର କୋପେନା ପଞ୍ଚାୟତର ଇଙ୍ଗ୍ରା ଗ୍ରାମରାସ୍ତା ଠାରୁ ଛତିଶଗଡର ଫରସାପଦର ଓ
ହୀରାପୁର ସଂଯୋଗ କରୁଥିବା ରାସ୍ତା । ଏ ରାସ୍ତା ପ୍ରତି ଓଡ଼ିଶା ସରକାରଙ୍କ କେବେ ନଜର ପଡ଼ିବ ବୋଲି ସ୍ଥାନୀୟବାସୀ ଓ ପଥଚାରୀ ପ୍ରଶ୍ନ କରିଛନ୍ତି । ଏହି ରାସ୍ତା ଉପରେ ଛତିଶଗଡ଼ ଏବଂ ଓଡ଼ିଶାର ଅନେକ ଗ୍ରାମ ନିର୍ଭରଶୀଳ । ମାତ୍ର ଏବେ ଏହା ମରଣଯନ୍ତା ପାଲଟିଛି । ରାସ୍ତାଟିରେ ପ୍ରତିଦିନ ଦୁର୍ଘଟଣା ଘଟୁଛି । ରାସ୍ତା ସଂକୀର୍ଘତାରୁ ଯାତାୟାତ ବିପଦପୂର୍ଣ ହୋଇପଡ଼ିଛି । ଏଣୁ ନବରଙ୍ଗପୁର ଜିଲା ପ୍ରଶାସନ ସହ ପୂର୍ବ ବିଭାଗ ଏହି ରାସ୍ତାର ନିର୍ମାଣ ଓ ମରାମତି ପତି ଧ୍ୟାନ ଦେବାକୁ ଦାବି ହୋଇଅଛି ।