
ନବରଙ୍ଗପୁର, ୧୪।୬ : ନବରଙ୍ଗପୁର ଜିଲାସ୍ତରୀୟ ବିକାଶମେଳା ଶନିବାର ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ନବରଙ୍ଗପୁର ଜିଲା ପ୍ରଭାରୀ ବିଭୂତି ଭୂଷଣ ଜେନା ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତି ପାଳନ ଅବସରରେ ବିଭିନ୍ନ ଯୋଜନାର ଉଦ୍ଦେଶ୍ୟ, ଏହାର ସଫଳ ରୂପାୟନ ଓ ବହୁବିଧ ଜନକଲ୍ୟାଣକାରୀ ଦିଗ ସମ୍ପର୍କରେ ଜନସଚେତନତା ସୃଷ୍ଟି ନିମନ୍ତେ ଏହି ଘିକାଶ ମେଳାର ଆୟୋଜନ କରାଯାଇଥିବା ମନ୍ତ୍ରୀ କହିଥିଲେ। ଗୋଟିଏ ବର୍ଷର ବିକାଶ ଉପରେ ଏହି ବିକାଶ ମେଳା ହୋଇଛି ୧ ବର୍ଷ ପୂର୍ତି ସମୟର କ’ଣ ସବୁ ବିକାଶ ହୋଇଛି ସମସ୍ତେ ଜାଣି ସାରିଥିବେ ବୋଲି ସେ କହିଥିଲେ ।
ଏହି ବିକାଶ ମେଳାରେ ଯୋଗଦେଇଥିବା ବିଭିନ୍ନ ବିଭାଗୀୟ ପ୍ରଦର୍ଶନୀ ଷ୍ଟଲ୍ର ଅଧିକାରୀ, ଯୁବତୀ ଯୁବକ, କୃଷକ, ଆଦିବାସୀ ଓ ମହିଳା ସମାବେଶ ଅଂଶ ଗ୍ରହଣକାରୀ, ସୁଭଦ୍ରା ଶକ୍ତି ଖାଦ୍ୟମେଳା, ବିକାଶ ବାହନ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା କଳାକାରଙ୍କୁ ମନ୍ତ୍ରୀ ଶୁଭଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ,ବନ୍ୟା କବିରାଜଙ୍କୁ ମାନପତ୍ର ଦେଇ ଅତିଥିମାନେ ସମ୍ମାନିତ କରୁଛନ୍ତି ।
ପର୍ଯ୍ୟଟନ ଓ ଗମନାଗମନ କ୍ଷେତ୍ରରେ ନବରଙ୍ଗପୁର ଜିଲା ଯେପରି ଶୀର୍ଷ ସ୍ଥାନରେ ପହଞ୍ଚୁବ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଜିଲାରେ ରାଜ୍ୟ ସରକାରଙ୍କ ଅନେକ ଜନହିତକର ଯୋଜନାକୁ ତୃଣମୂଳସ୍ତରରେ ଲାଗୁ କରାଯାଇଛି।
ପ୍ରଧାନମନ୍ତ୍ରୀ 3 ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ରାଜ୍ୟର ବିକାଶ ହୋଇପାରୁଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ । ୨୦୨୫ ଏପ୍ରିଲ ସୁଦ୍ଧା ଜିଲାର ୨,୯୭,୫୬୯ ମହିଳାଙ୍କୁ ଡିବିଟି ମାଧ୍ୟମରେ ସୁଭଦ୍ରା ଟଙ୍କା ମିଳିଛି। ଲକ୍ଷପତି ଦିଦି ପରିଚାଳନାରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧୁକାର କରିଛି। ନିପୁଣ ଓଡ଼ିଶା ମାଧ୍ୟମରେ ମୌଳିକ ଶିକ୍ଷା ଜ୍ଞାନ ହାସଲ ହୋଇପାରୁଛି। ପ୍ରତି ବ୍ଲକ୍ରେ ଉନ୍ନତ ମାନର ଷ୍ଟାଡିୟମ, ୫୦ ଲକ୍ଷ ଟଙ୍କା ଲେଖାଏ ବ୍ୟୟରେ ଆଦିବାସୀ ଭବନ ହେବ। ନବରଙ୍ଗପୁର ଜିଲାରୁ ପୁରୀ, ହାଇଦ୍ରାବାଦ, ବ୍ରହ୍ମପୁର ଓ ବିଜୟୱାଡାକୁ ଭଲ୍ବୋ ବସ୍ ସେବା ସମ୍ପର୍କରେ କହିଥିଲେ ।
ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରଙ୍ଗପୁର ଚିକିଲିରେ ଆସି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ ହେଉଛି ବୋଲି ଏମ୍ପି ବଳଭଦ୍ର ମାଝୀ କରିଥିଲେ। ୨୪ ବର୍ଷର ସରକାର ଓ ୧ ବର୍ଷର ସରକାର ମଧ୍ଯରେ କ’ଣ ପାର୍ଥକ୍ୟ ରହିଛି ତାହା ବିକାଶ ମେଳା ମାଧ୍ୟମରେ ଲୋକେ ଦେଖୁଛତି ବୋଲି ଏମ୍ପି ମାଝୀ କହିଥିଲେ। ଭଦ୍ରାଚଳମ୍ରୁ ଜୁନାଗଡ଼ ଏକ ଲମ୍ବା ରେଳପଥ ହେବ ଏହା ନବରଙ୍ଗପୁର ଜିଲା ଦେଇ ଗତି କରିବ ସରକାରୀ ଯୋଜନାଗୁଡିକ କିଭଳି ଘରେ ଘରେ ପହଞ୍ଚୁଜ ସେଥୁପ୍ରତି ଆମ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଥିଲେ ।
ଓଡ଼ିଶାରେ ବିକାଶ କିଭଳି ହୋଇଛି ତାହା ମେଳା ମାଧ୍ୟମରେ ଦର୍ଶାଇ ଦିଆଯାଇଛି ବୋଲି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ କହିଛନ୍ତି । ମୁଖ୍ୟ ମନ୍ତ୍ରୀ ୧୨ ହଜାର ଅଭିଯୋଗ ଶୁଣିଲେଣି ଓ ୮୦ ହଜାର ଅନ୍ଲାଇନ ଅଭିଯୋଗ ସମାଧାନ କରୁଛନ୍ତି। ନବରଙ୍ଗପୁର ଜିଲାରେ ମେଡିକାଲ କଲେଜ ହେବା ନିଶ୍ଚିତ ବୋଲି ସେ କହିଥିଲେ। ବିଧାୟକ ନରସିଂହ ଭତ୍ରା ଶିକ୍ଷା, ବିକାଶର ଭିରିଭୂମି, ଜଳସେଚନ ଉପରେ ସରକାର ଦୃଷ୍ଟି ଦେଇଛନ୍ତି ବୋଲି କହିଥିଲେ।
ଜିଲାପାଳ ଶୁଭଙ୍କର ମହାପାତ୍ର ଏଥିରେ ସଭାପତିତ୍ୱ କରିଥିଲେ। ପୌରାଧ୍ଯକ୍ଷ କୁନୁ ନାୟକ, ଜିଲା ଭାଜପା ସଭାପତି କୁଞ୍ଜବିହାରୀ ଦାଶ, ଏସ୍ପି ମଡକର ସନ୍ଦୀପ ସମ୍ପଦ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚୁ ନାରାୟଣ ଦରୱାନ ପ୍ରମୁଖ ମଞ୍ଚାସୀନ ଥିଲେ। ଚନ୍ଦନା ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ହାସଲ କରିଥିବା ବ୍ୟକ୍ତି, ଛାତ୍ରୀଛାତ୍ର ଓ ଦଳକୁ ସମ୍ମାନିତ କରାଯାଇଛି। ପରେ ଅତିଥିମାନେ ଷ୍ଟଲ୍ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା, ଏସ୍ଏଚ୍ ଓ ଜନସାଧାରଣ ଜିଲା ଓ ବ୍ଲକ୍ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।