HealthOdishaWorld

ଭପରକୋଟ ବ୍ଲଡ ବ୍ୟାଙ୍କରେ ବିଶ୍ବ ରକ୍ତଦାନ ଦିବସ ପାଳିତ

ସ୍ବଇଚ୍ଛାରେ ରକ୍ତଦାନ କରିବାକୁ ନିବେଦନ

ଉମରକୋଟ, ୧୪ /୬ : ନବରଙ୍ଗପୁର ଜିଲା ଉମରକୋଟରେ ବ୍ଲଡ ବ୍ୟାଙ୍କରେ ଶନିବାର ବିଶ୍ବ ରକ୍ତଦାତା ଦିବସ ପାଳିତ ହୋଇଛି। ଏହି ଅବସରରେ ପ୍ରଥମେ କେକ୍ କଟାଯାଇ ଥିଲା। ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଡକ୍ଟର ସବ୍ୟସାଚୀ ଦାସ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ରକ୍ତଦାନ କରିବାକୁ ଅନୁରୋଧ କରିଥିଲେ। ଯେକୌଣସି ସମୟରେ ସ୍ବଇଚ୍ଛାରେ ବ୍ଲଡ୍‌ବ୍ୟାଙ୍କକୁ ଆସି ରକ୍ତଦାନ କରିବାକୁ ନିବେଦନ କରଯାଇଛି I ଜଣକ ରକ୍ତ ଅନ୍ୟ ଜଣଙ୍କ ପାଇଁ ବରଦାନ ସଦୃଶ ବୋଲି କହିଛନ୍ତି I ଜାନୁୟାରୀ ୨୫ରେ ଉଦ୍‌ଘାଟିତ ଉମରକୋଟ ରକ୍ତ ଭଣ୍ଡାରରେ ଏବେ ଯାଏ ୧୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି I ସେଥ୍ରୁ ପ୍ରାୟ ୯୧୦ ୟୁନିଟ ରକ୍ତ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀଙ୍କୁ ଦିଆ ଯାଇଛି। ୯୩ ୟୁନିଟ ରକ୍ତ ନବରଙ୍ଗପୁର ଜିଲା ଚିକିତ୍ସାଳୟକୁ ଦିଆଯାଇଛି ବୋଲି ଡାକ୍ତର ଦାସ ସୂଚନା ଦେଇଛନ୍ତି । ସେ ଏହି ସଫଳତାର ଶ୍ରେୟ ରକ୍ତ ଭଣ୍ଡାରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ୧୦ ଜଣ ବ୍ୟକ୍ତି ରକ୍ତଦାନ କରିଥିଲେ ! ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଆସୁସି ମଣ୍ଡଳ ପ୍ରଥମଥର, କାର୍ଯ୍ୟକ୍ରମରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା ସୁମନ୍ତ କୁମାର ରାଉଳ, ଡା ଶୁଭଶ୍ରୀ ମଲ୍ଲିକ, ତିଳୋତମ ମହାନ୍ତି, ବ୍ଲକ ଆକାଉଣ୍ଟ ମ୍ୟାନେଜର ବିଶ୍ବଜିତ ସୁନା ଏବଂ ଲୋକେଶ କଲାରଙ୍କ ସନ୍ଦ ବଡ ବ୍ୟାଙ୍କ, ସ୍ବାସ୍ଥ୍ୟକେନ୍ଦ୍ର ଓ ଡାଇଲୋସିସ ନର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button