OdishaPolitics

୨୦ ରେ ଓଡ଼ିଶା ଆସିବେ ମୋଦି ପ୍ରଧାନମନ୍ତ୍ରୀ କରିବେ ବିଶାଳ ରୋଡ୍ ଶୋ

ଭୁବନେଶ୍ୱର, ୧୪/୬- ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷ ବର୍ଷପୂର୍ତି ପାଇଁ ଆସନ୍ତା ୨୦ ତାରିଖରେ ଆୟୋଜିତ ହେବାକୁ ଥିବା ରାଜ * କ୍ୟନ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଦାୟିତ୍ବରେ ୬୦ ଓଏଏସ୍ ଅନ୍ତୋଦୟ ଗୃହ ଯୋଜନାରେ ୫୦ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରିବେ

ମୋଦି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଉଭୟ ସରକାରୀ ଓ ଦଳୀୟ ପୁରରେ ଆରମ୍ଭହୋଇସାରିଛି । ପ୍ରଧାନମନ୍ତ୍ରୀ ମୋଦି ଏକ ବିଶାଳ ରୋଡ୍ ଶୋ’ରେ ଯାଇ ସେଠାରେ ଜନତା ମଇଦାନରେ ଆୟୋଜିତ ବିଶାଳ ଜନସମାବେଶକୁ ସମ୍ବୋଧୃତ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ରାତିରେ ବିଜେପି ଦଳୀୟ ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଓଡ଼ିଶାର ୩ଜଣ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯାଇଥିବା ଜଣାପଡ଼ିଛି ।

ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ବିହାରରୁ ୨୦ତାରିଖ ୩ଟା ସୁଦ୍ଧା ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ଜନତା ମଇଦାନ ଯିବେ । ପ୍ରଧାନମନ୍ତ୍ରୀ ମୋଦି ରୋଡ୍ ଶୋ’ ଓ ତ୍ରିରଙ୍ଗା ଯାତ୍ରାରେ

ସାମିଲ ହେବେ । ସାଧାରଣ ଲୋକେ ତାଙ୍କର ଆଗମନକୁ ଆତୁରତାର ସହ ଚାହିଁ ବସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟନ୍ତରୀୟ ବର୍ଷ ପୂର୍ତି ପାଳନ ସମାରୋହରେ ଯୋଗ ଦେଇ ଅନ୍ତୋଦୟ ଗୃହ ଯୋଜନାରେ ୫୦ହଜାର ହିତାଧୁକାରୀକୁ କାର୍ଯ୍ୟାଦେଶ ବଂଟନ କରିବେ । ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ସମେତ କିଛି ନୂଆ ଯୋଜନାର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ନାଏକ କହିଛନ୍ତି । ଶୁକ୍ରବାର ରାତିରେ ବିଜେପି ଦଳୀୟ ମୁଖ୍ଯାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଦଳର ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସମେତ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥୁଲା ।

ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହୁଏଲ ଓରାମ ଓ ଅଶ୍ଵିନୀ ବୈଷ୍ଣବ ସମେତ ଦଳର ସାଂସଦ ଓ ବିଧାୟକମାନେ ଇହୁଁଆଲ ମୋଡରେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରାୟ ଦେ କିମିର ରୋଡ୍ ଶୋ’ ଏବଂ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯିବ । ଜନତା ମଇଦାନରେ ହେବାକୁ ଥ‌ିବା ରାଜ୍ୟସ୍ତରୀୟ ସମାବେଶରେ ପ୍ରାୟ ୨ଲକ୍ଷ ଲୋକଙ୍କୁ ଏକଜୁଟ କରିବା ନିମନ୍ତେ ଉଭୟ ସରକାରୀ ଓ ଦଳୀୟ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟରେ ବିଜେପିର ସରକାର ହେବାପରେ ଷଷ୍ଠଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତି କାର୍ଯ୍ୟକ୍ରମ ଜନତା ମଇଦାନରେ ଅନୁଷ୍ଠିତ ହେବ । ପ୍ରଥମେ ଏହି ରାଜ୍ୟନ୍ତରୀୟ ବର୍ଷପୂରି କାର୍ଯ୍ୟକ୍ରମ ୧୨ତାରିଖରେ ହେବାର ଥୁଲା । ଯାହାକୁ ୨୦ତାରିଖକୁ ଘୁଚାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ମୋଟ ୬୦ଜଣ ଚରିଷ୍ଠ ଓଏଏସ୍ ଅଫିସରଙ୍କୁ ବାୟିତ୍ଵ ନ୍ୟସ୍ତ ହୋଇଛି ।

ଏହି ଅଫିସରମାନଙ୍କୁ ୧୮ ତାରିଖ ଅପରାହ୍ଣ ୩ଟାରେ ଜନତା ମ‌ଇଦାନରେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଏସଏଚକି ମହିଳାଙ୍କ ସମେତ ବିଭିନ୍ନ କମ୍ୟୁନିଟି ଓ୍ବାର୍କରଙ୍କ ଉପସ୍ଥିତି ସୁନିଶ୍ଚିତ କରାଇବାକୁ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ ଓ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button