HealthOdishaPolitics

ବ୍ଲକ୍ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଧାରଣା

ନବରଙ୍ଗପୁର / ନନ୍ଦାହାଣ୍ଡି ୧୪_୬: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗର ଭେଜା ଗ୍ରାମରେ ଦୁଇମାସ ହେଲା ପାନୀୟ ଜଳ ସଂକଟ ଦେଖାଦେଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ସମାଧାନ ହୋଇପାରୁନାହିଁ। ଗ୍ରାମବାସୀଙ୍କ ଅଭିଯୋଗକୁ ବେଖାତିର କରୁଛନ୍ତି ବିଭାଗୀୟ ଅଧୂକାରୀ | ଫଳରେ ଶହ ଶହ ପରିବାର ମୁନ୍ଦେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନନ୍ଦା ହାଣ୍ଡି ବ୍ଲକ ଗ୍ରାମ୍ୟ ପାନୀୟ ଜଳ ବିଭାଗ ଯନ୍ତ୍ରୀ ଜୟ ପ୍ରକାଶ ମିଶ୍ରଙ୍କ ନିକଟକୁ ଯାଇ ବାରମ୍ବାର ଗୁହାରି କରିବା ସତ୍ତ୍ୱେ ଗ୍ରାମବାସୀଙ୍କ ସମସ୍ୟା ଦୂର କରିବା ଦୂରର କଥା ଯନ୍ତ୍ରୀ ମହିଳାଙ୍କ ଅଭିଯୋଗକୁ ଖାମଖୁଆଲ ଭାବରେ ନେଇଥିଲେ | କୌଣସି ଉପାୟ ନ ପାଇ ଆଜି ଗ୍ରାମର ବହୁ ମହିଳା ମାନେ ଗରା ହାଣ୍ଡି ଧରି ନନ୍ଦାହାଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆସି ଧାରଣା ଦେଇଥିଲେ। ବ୍ଲକ କାର୍ଯ୍ୟାଳୟ ଦ୍ବାରସ୍ଥ ହେବା ପରେ ଦୁଇଦିନ ମଧ୍ୟରେ ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା ସ୍ବାଭାବିକ କରିବା ନେଇ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଗ୍ରାମର ମହିଳାଙ୍କୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସୂଚନାଯୋଗ୍ୟ, ଡଙ୍ଗରଭେଜା ଗ୍ରାମରେ ୫ଶହ ପରିବାରର ୨ ହଜାରରୁ ଅଧିକ ଜନସାଧାରଣ

ରହୁଛନ୍ତି। ଦୁଇମାସ ହେଲା ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି I ବସୁଧା ଯୋଜନାରେ ରହିଥ‌ିବା ଡିପ୍ ବୋରୱେଲ ଜଳସ୍ତର ବହୁ ତଳକୁ ଖସିଯିବା କାରଣରୁ ଜଳ ଯୋଗାଣରେ ବାଧା ସୃଷ୍ଟି ହେଉଛି | ପୂର୍ବରୁ ମେଗା ଜଳଯୋଗାଣ ପାଣିଗ୍ରାମରେ ଚାଲୁଥିଲା I ବର୍ତ୍ତମାନ ରାସ୍ତା ଓ ଡ୍ରେନ୍ ନିର୍ମାଣ ଯୋଗୁଁ ଅନେକ ସ୍ଥାନରେ ପାଣି ପାଇପ୍ ଫାଟିଯିବା କାରଣରୁ ତାହା ମଧ୍ୟ ଏକ ସପ୍ତାହ ଧରି ବନ୍ଦ ରହିଛି | ନଳକୂପ ପାଣି ପିଇବା ସମ୍ଭବପର ହେଉନି | ନଳକୂପରୁ ଲୌହ ଗୁଣ୍ଡ, ଗୋଳିଆ ପାଣି ବାହାରୁଛି। ଏମିତି ସ୍ଥିତିରେ ଡଙ୍ଗରଭେଜା ଗ୍ରାମର ଚାରି ୱାର୍ଡ ବାସିନ୍ଦା ପାଣି ପାଇଁ ହାହାକାର ହେଉଛନ୍ତି। ବାରମ୍ବାର ଗୁହାରି କରିବା ସତ୍ତ୍ୱେ ମଧ୍ୟ ସମସ୍ୟାର ସମାଧାନ ହେଉନି I ଯାହାକୁ ନେଇ ଆଜି ଗ୍ରାମର ଅନେକ ମହିଳା ବ୍ଲକ କାର୍ଯ୍ୟାଳୟ

ସମ୍ମୁଖରେ ଧାରଣା ଦେଇଥିଲେ I ତେବେ ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଦୁଇଦିନ ମଧ୍ୟରେ ଗ୍ରାମରେ ପାନୀୟଜଳ ବ୍ୟବସ୍ଥା କରି ସେବା ଉପଲବ୍ଧ କରିବା ନେଇ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେବାପରେ ମହିଳା ମାନେ ଧାରଣା ପ୍ରତ୍ୟାହୃତ କରିଥିଲେ। ଦୁଇଦିନ ମଧ୍ଯରେ ସମସ୍ୟା ର ସମାଧାନ ନହେଲେ ପୁଣିଥରେ ଧାରଣା ଦିଆଯିବ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି | ତୁରନ୍ତ ଏହି ପାନୀୟ ଜଳ ସମସ୍ୟାର ସମାଧାନ କରାଯାଉ ବୋଲି ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ବିଭାଗୀୟ ଯନ୍ତ୍ରୀ ଜୟ ପ୍ରକାଶ ମିଶ୍ରଙ୍କ ବେଖାତିରି ମନୋଭାବ ଯୋଗୁଁ ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛ ନ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button