
ଚନ୍ଦାହାଣ୍ଡି,୧୪/୬: ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଞ୍ଚାୟତର ଉପାନ୍ତ କଦଳୀଭଣ୍ଡାର ଗ୍ରାମର ଗୋଟିଏ ସାହିର ୧୧ ଜଣ ଉପଭୋକ୍ତା ଦୁଇ ମାସ ହେବ ଅନ୍ଧାରରେ ଜୀବନ ବିତାଉଛନ୍ତି। ଏଥିପାଇଁ ବିଦ୍ୟୁତ୍ ବିଭାଗର ଖାମଖିଆଲ ବୋଲି ଗ୍ରାମବାସୀ ନିତ୍ୟାନନ୍ଦ ସାନ୍ତା, ସାଇବ ସାନ୍ତା, ପବିତ୍ର ସାନ୍ତା, ରତନୁ ସାନ୍ତା, ଗୋବ ସାନ୍ତା, ତ୍ରିପାଳ ସାନ୍ତା, ଅଭି ସାନ୍ତା ଏବଂ ସୀତା ସାନ୍ତା ପ୍ରକାଶ କରିଛନ୍ତି। ବିଦ୍ୟୁତ୍ ସମସ୍ୟା ଯୋଗୁଁ ପ୍ରବଳ ଗରମରେ ଉବୁଟୁବୁ ହେବା ସହ ରାତି ହେଲେ ଅନ୍ଧାରରେ ଜୀବନ ବିତାଉଥିବା ନେଇ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କୁ ଯେତେ ଗୁହାରି କଲେ ମଧ୍ୟ ଗୁରୁତ୍ଵ ଦେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। এ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସମାଜସେବୀ ଲଛମନ ପୂଜାରୀ ଏବଂ ଗ୍ରାମବାସୀମାନେ ଦାବି କରିଛନ୍ତି । ଗତ ଦୁଇ ମାସ ହେବ ଚନ୍ଦାହାଣ୍ଡି ବ୍ଲକରେ ପ୍ରବଳ ବେଗରେ ପବନ ବହିବା ସହ ଲଗାଣ ବର୍ଷା ଯୋଗୁଁ ବିଦ୍ୟୁତ୍ ସମସ୍ୟା ଲାଗି ରହୁଥିଲା। ଅନ୍ୟ ସବୁଆଡ଼େ ବିଦ୍ୟୁତ୍ କର୍ମଚାରୀ ମାନେ ବିଦ୍ୟୁତ୍ ସମସ୍ୟା ଉପରେ ଗୁରୁତ୍ଵ ଦେଇଥିବା ବେଳେ କଦଳୀଭଣ୍ଡାର ଗାଁ ଉପାନ୍ତ ଜଙ୍ଗଲ ଅଞ୍ଚଳରେ ରହିଥିବା ସହ ଏଠାରେ ମୋବାଇଲ୍ ନେଟୱର୍କ ନଥିବାରୁ ଏହି ଗ୍ରାମର ବିଦ୍ୟୁତ୍ ସମସ୍ୟା
ଉପରେ ବିଭାଗର ନିଘା ନାହିଁ। ଯାହାଫଳରେ ବିଦ୍ୟୁତ୍ ସମସ୍ୟାକୁ ନେଇ ହଇରାଣ ହେଉଛନ୍ତି ଗ୍ରାମବାସୀ | ଏସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ସାହୁଙ୍କୁ ପଚାରିବାରୁ ତୁରନ୍ତ ବିଦ୍ୟୁତ୍ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।