
ଭୁବନେଶ୍ୱର,14।6 : ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତି ଉପଲକ୍ଷେ ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି। ଗତ ଏପ୍ରିଲ ୧୧ରୁ ଶୁଭାରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଯୁଗ୍ମ କାର୍ଡ ବଣ୍ଟନ ୧ କୋଟି ଟପିଛି। ଏହାଛଡ଼ା ଆର୍ଥିକ ଓ ସାମାଜିକ ବର୍ଗ ନିର୍ବିଶେଷରେ ସମସ୍ତ ୭୦ ବର୍ଷ ବା ଅଧୂକ ବର୍ଷର ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ସାମିଲ କରାଯାଇଛି । ସେମାନଙ୍କ କାର୍ଡ ପାଇଁ ବିକାଶ-ବାହନ ଯାତ୍ରା କାଳରେ ଶତ ପ୍ରତିଶତ ଇ.କେ.ୱାଇ. ସି ଶେଷ କରିବାକୁ ବିଭାଗ ତରଫରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନକୁ ସଫଳ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ତଥା ରାଜ୍ୟ ସ୍ଵାସ୍ଥ୍ୟ ଭରସା ସମିତି ଅଧ୍ୟକ୍ଷ ଅଶ୍ବଥୀ ଏସ୍ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
ଅର୍ଦ୍ଧେକ ବର୍ଷ ବରିଷ୍ଠ ନାଗରିକଙ୍କ ନିମନ୍ତେ ଉଦ୍ଦିଷ୍ଟ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୩, ୨୧ ଲକ୍ଷ ବରିଷ୍ଠ ନାଗରିକଙ୍କ ଇ-କେୱାଇସି କରି କାର୍ଡ ପ୍ରସ୍ତୁତ କରାଯାଇଛି। ଅବଶିଷ୍ଟ ୧୯.୭୯ ଲକ୍ଷ ବରିଷ୍ଠ ନାଗରିକଙ୍କ ଇ-କେୱାଇସି ବିକାଶ-ବାହନ ଯାତ୍ରା କାଳରେ ଜୁନ୍ ୨୨ ତାରିଖ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ଏଥିପାଇଁ ଗ୍ରାମ ଓ ପଞ୍ଚାୟତୱାରୀ ଅଣୁ-କାର୍ଯ୍ୟସୂଚୀ ସହ ସମୟ-ନିର୍ଘଣ୍ଟ ପ୍ରସ୍ତୁତ କରିବା ପାଇଁ ସାସ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧୂକାରୀ ଡା ବୃନ୍ଦା ଡି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ 46 କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଅଣୁ-କାର୍ଯ୍ୟ ଯୋଜନାଗୁଡ଼ିକୁ ସମ୍ପୃକ୍ତ ଅଞ୍ଚଳର ଆଶାକର୍ମୀ, ଏ ଏନ୍.ଏମ୍., ଅଙ୍ଗନବାଡ଼ି କର୍ମୀ, ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ସାମିଲ ହୋଇ କାର୍ଯ୍ୟାନ୍ଵୟନ ପାଇଁ କହିଛନ୍ତି। ବୟୋବନ୍ଦନା ଯୋଜନାରେ ପ୍ରତି ପରିବାର ତାଲିକାଭୁକ୍ତ ହସ୍ପିଟାଲରେ ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ପାଇବେ। ଏହି ଟଙ୍କା ତାଙ୍କ ମୂଳ ପରିବାରର ୫ ଲକ୍ଷ ଟଙ୍କା ପାଣ୍ଠିଠାରୁ ଅଲଗା ହେବ। ଯେଉଁ ଯୋଗ୍ୟ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ନୂଆ ଯୁଗ୍ମ-କାର୍ଡ ପାଇନାହାନ୍ତି ସେମାନେ ନିଜର ଆଧାର କାର୍ଡ/ ପୁରୁଣା ପ୍ରଟଶ ଜନ ଆରୋଗ୍ୟ ଯୋଜନା କାର୍ଡ ଦେଖାଇ ତାଲିକାଭୁକ୍ତ ହସ୍ପିଟାଲଗୁଡ଼କିରେ ଦେୟମୁକ୍ତ ଚିକିତ୍ସା ପାଇପାରିବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ପଷ୍ଟ କରିଦିଆଯାଇଛି।
ଜିଲ୍ଲାରେ ମୋଟ ୧ କୋଟି ଏ.ବି.ପି.ଏମ୍.ଜେ.ଏ. ୱାଇ-ଜି. ଜେ. ଏ ୱାଇ ଯୁଗ୍ମ କାର୍ଡ ବଣ୍ଟାଯାଇଛି।