
ଝରିଗାଁ ତା ୧୪/୦୬ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭିକ୍ଷା ପଂଚାୟତ ଅନ୍ତର୍ଗତ କୋଦଭଟ୍ଟା ଗ୍ରାମ ଠାରେ ଆଜି ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶିବିରରେ ଝରିଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡାକ୍ତର ସାରଦା ପ୍ରସାଦ ନାୟକ ୫୧ଟି ଗାଈର ଗୋବନ୍ଧ୍ୟା ଜନିତ ଦେ ରୋଗର ଚିକିତ୍ସା କରିଥିବା ବେଳେ ଓମଫେଡ଼ ତରଫରୁ ୨୦ ଜଣ ଦୁଗ୍ଧ ଚାଷୀଙ୍କୁ ଋତୁ କାଳୀନ ଘାସ ମଞ୍ଜି ପ୍ରଦାନ କରାଯାଇଛି l ଉକ୍ତ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଭିକ୍ଷା
ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ ମନ୍ଦାକିନି ପନକା ଓ ଝରିଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀ ମାନେ ଉପସ୍ଥିତ ରହି ଚିକିତ୍ସା କାର୍ଯ୍ୟରେ ଡାକ୍ତର ସାରଦା ପ୍ରସାଦ