OdishaPolitics

ରାଜ୍ୟ ସରକାରଙ୍କ ଏକ ବର୍ଷ ଫୁର୍ତ୍ତିରେ ପରିବହନ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର, ୧୫/୦୬: ଓଡ଼ିଶାରେ ବିଜେପି ସରକାର ଗଠନର ଏକ ବର୍ଷ ପୂର୍ତି ଅବସର ଘରରେ ଏକ ସାମ୍ବାଦିକ ସମ୍ମିଳନୀରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ବର୍ଷକର ସଫଳ ଯୋଜନା ବିଷୟରେ କହିଛନ୍ତି । ରାଜ୍ୟ ସରକାର ଏକ ବର୍ଷ ଓ କେନ୍ଦ୍ର ସରକାର ଏଗାର ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟ କରିବା ସହ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ସୁଭଦ୍ରା ଯୋଜନା, ଧାନର ୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା,ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ ସହାୟକ ଶିଶୁ ବାଟୀକା ଏହିପରି ଅନେକ ଯୋଜନା ଏକ ବର୍ଷ ମଧ୍ୟରେ କରିଥିବା ମନ୍ତ୍ରୀ କହିଥିଲେ ।
ନବରଙ୍ଗପୁର ଜିଲ୍ଲାରେ ଏକ ନୂତନ ମେଡ଼ିକାଲ କଲେଜ ହେବାର ବ୍ୟବସ୍ଥା ରହିଛି , ରେଳ ପ୍ରକଳ୍ପ ବ୍ୟବସ୍ଥା କରିବାକୁ ସରକାର ପ୍ରସ୍ତୁତିବଦ୍ଧ । ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଯଥା ପାପଡାହାଣ୍ଡି ର ଶହୀଦ ସ୍ତମ୍ଭ , ମୃଗ ବିହାର, ଇନ୍ଦ୍ରାବତୀ ଜଳ ପ୍ରକଳ୍ପ, ଚନ୍ଦନଧାରା, ସାଇଧାରା, ଭାସ୍କେଲ ନ‌ଦୀ ଓ ମାଣ୍ଡା ଡଙ୍ଗରି ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ଭାବେ କାର୍ଯ୍ୟ କରିବାକୁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ବିଧାୟକ ଗୌରୀଶଙ୍କର ମାଝୀ ଓ ନରସିଂହ ଭତ୍ରା, ଜିଲ୍ଲା ସଭାପତି କୁଞ୍ଜବିହାରି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button