
ନବରଂଗପୁର, 14/6: କର୍ମଚାରୀରୁ ସନ୍ତରଣ ପ୍ରଶିକ୍ଷକ ଦିନେ ଭାରତୀୟ ନୌସେନା କର୍ମଚାରୀ ଭାବେ କାର୍ଯ୍ୟକରି ସୁନାମ ଲାଭ କରିଥିବା ବେଳେ ବର୍ତ୍ତମାନ ନିଜ ଅଭିଜ୍ଞତା କୁ କାର୍ଯ୍ୟରେ ଲଗାଇ ନିଜେ ଏକ ସ୍ଟମିଙ୍ଗ ପୋଲ ନିର୍ମାଣ କରି ଏଜିଆର ଡିଫେନ୍ସ ଫିଳିକାଲ ଏକାଡେମୀ ନାମରେ ଏକ ସଂସ୍ଥା ଖୋଲି ସନ୍ତରଣ ଶିକ୍ଷା ଦେଇ ଯୁବଗୋଷ୍ଠୀକୁ ଆଗାମୀ ଭବିଷ୍ୟତରେ ସୁସ୍ଥ ଜୀବନ ଯାପନ ସହ ଜଣେ ସୁରକ୍ଷା କର୍ମଚାରୀ ଭାବେ ଗଢିବା ପାଇଁ ପ୍ରଶିକ୍ଷଣ ଦେଉଛନ୍ତି।
ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର କି ଗୋଲଡ଼ ସ୍ମିଥ ନିଜ ଯୁବ ବୟସରେ ସେନା ବାହିନୀରେ ଯୋଗ ଦେବା ପାଇଁ ବହୁ କଷ୍ଟ ସ୍ଵୀକାର କରିଥିଲେ ସବୁ ଯୋଗ୍ୟତା ଥାଇ ମଧ୍ୟ ଉପଯୁକ୍ତ ତାଲିମ ଓ ମାର୍ଗ ଦର୍ଶନ ଅଭାବ ରୁ ଟିକିଏ ବିଳମ୍ବରେ ସୁଯୋଗ ମିଳିଥିଲା ଭାରତୀୟ ନୌସେନାରେ ତେଣୁ ସେ ନୌସେନାରୁ ଅବସର ନେବା ପରେ ଚିନ୍ତା କଲେ ନବରଙ୍ଗପୁର ଜିଲ୍ଲାରେ ଏକ ସ୍ଟିମିଙ୍ଗ ପୁଲ ନିର୍ମାଣ ସହ ଆଗ୍ରହୀଙ୍କୁ ମାଗଣାରେ ରହିବା ବ୍ୟବସ୍ଥା କରି ସେନାବାହିନ ରେ ଯୋଗ ଦେବା ପାଇଁ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି | ଏହି ପ୍ରୟାସ ଯୋଗୁଁ ଅନେକ ପିଲା ଶିକ୍ଷା ଲାଭକରିବା ସହ ଛୋଟ ପିଲା ମଧ୍ୟ ସନ୍ତରଣ ଶିଖୁଛରି ଏଥି ପାଇଁ କିଛି ନିର୍ଦ୍ଦିଷ୍ଟ ପାଉଣା ନେଉ ନାହାନ୍ତି କେବଳ ସ୍ଟ୍ରିମିଙ୍ଗ ପୁଲ ର ରକ୍ଷଣ ବେକ୍ଷଣ ପାଇଁ ଅତି ଅଳ୍ପ ଫିଜ ନେଉଛରି କିଛି କ୍ଷେତ୍ରରେ ମାଗଣା ଶିକ୍ଷା ପ୍ରଦାନ ମଧ୍ୟ କରୁଛନ୍ତି।
ଦେଶର ସୁରକ୍ଷା ବାହିନୀ କର୍ମଚାରୀ ଭାବେ କାର୍ଯ୍ୟକରିବା ପାଇଁ ହେଲେ ସନ୍ତରଣର ଆବଶ୍ୟକତା ରହିଛି । କିନ୍ତୁ ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ସନ୍ତରଣ ପ୍ରଶିକ୍ଷଣ କେନ୍ଦ୍ର ନ ଥିବା ବେଳେ ସୁରକ୍ଷା ବାହିନୀ ର ପଦପଦବୀରେ ଚାକିରୀ ପାଇବା ପାଇଁ ଏକ ବଡ଼ ବାଧକ ସାଜିଥିଲା । ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ସନ୍ତରଣ ପ୍ରଶିକ୍ଷଣ ଅଭାବରୁ ଅନେକ ଯୁବ ଗୋଷ୍ଠୀ ସୁରକ୍ଷା ବାହିନୀ ପଦବୀରୁ ବଞ୍ଚିତ ହେଉଛନ୍ତି । ଏହାକୁ ହୃଦୟଙ୍ଗମ କରି ଭବିଷ୍ୟତରେ ଯୁବ ଗୋଷ୍ଠୀକୁ ମଧ୍ୟ ଆଗାମୀ ଦିନରେ ସୁସ୍ଥ ଜୀବନ ଯାପନ ସହ ଜଣେ ସୁରକ୍ଷା କର୍ମଚାରି ଭାବେ ଗଢିବା ଲକ୍ଷ୍ୟ ନେଇ ସୁଇମିଂ ପୁଲ୍ ପ୍ରଶିକ୍ଷଣ ଦେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟର ଅବସରପ୍ରାପ୍ତ ନାଭାଲ ଡ୍ରାଇଭର ଜି .ଗୋଲଡ଼ ସ୍ମିଥ ଏହିଠାରେ ପ୍ରଶିକ୍ଷଣ ନେଇ ଅନେକ ଯୁବକ ନିଜକୁ ସେନାବାହିନୀ ପାଇଁ ପ୍ରସ୍ତୁତ କରୁଛନ୍ତି | ଗୋଲଡ଼ ସ୍ମିଥ ଙ୍କ ଏହି ପ୍ରୟାସ କୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରୁଛନ୍ତି |