EntertainmentOdisha
‘ବୋଉ ବୁଟ୍ଟୁ ଭୂତ’ ସିନେମାରେ ଜୟନ୍ତ

ଜୟପୁର,14/6: ସହରର ଦୁଇଟି ସି ନେ ମା ହଲ୍ରେ ଗୁରୁବାର ମୁକ୍ତିଲାଭକରିଛି ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’। ଏଥିରେ ସିନେ ଅଭିନେତା ବାବୁ ସାନଙ୍କ ସହ ଅଭିନୟ କରି ଛନ୍ତି ସ୍ଥାନୀୟ ବରିଷ୍ଠ କଳାକାର ଜୟନ୍ତ ସାନ୍ତା। ଓଡ଼ିଆ ହରର ସିନେମା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ସେ ଆଶା ରଖିଛନ୍ତି। ଜୟନ୍ତ କହିଛନ୍ତି, ବାବୁସାନ ପ୍ରଡକ୍ସନ ଦ୍ଵାରା ଏହି ସିନେମା ପ୍ରସ୍ତୁତ ହୋଇଛି। ଏହାର ନିର୍ଦ୍ଦେଶକ ହେଉଛତି ଜଗଦୀଶ ମିଶ୍ର ଓ ପ୍ରଯୋଜକ ତୃପ୍ତି ଶତପଥୀ। ୩ ଘଣ୍ଟା ଅବଧିର ଏହି ସିନେମାର ମୁଖ୍ୟ ଭୂମିକାରେ ରହିଛନ୍ତି ବାବୁ ସାନ। ଜଣେ ପୁଲିସ ଅଧିକାରୀଙ୍କ ବାପା ଚରିତ୍ରରେ ତାଙ୍କୁ (ଜୟନ୍ତ୍ର) ଅଭିୟନ କରିବାର ସୁଯୋଗ ମିଳିଛି। ୩ଟି ପର୍ଯ୍ୟାୟରେ ୧୨ ଦିନ ଧରି ଆଠଗଡ, କେନ୍ଦୁଝର ଏବଂ ପୁରୀରେ ଏହାର ସୁଟିଂ ହୋଇଥିଲା।