
ରାଇଘର, ୧୩/୬: ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମାରେ ଶୁକ୍ରବାର ରାତି ପ୍ରାୟ ୯ଟାରେ ସଶସ୍ତ୍ର ଡକାୟତ ଦଳ ସୁନା ଦୋକାନୀଙ୍କ ଘରେ ପଶି ସୁନା ବ୍ୟାଗ୍ ଲୁଟି ନେଇଛନ୍ତି। ଏଥିସହ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ସୁନା ଦୋକାନୀ ଗୁରୁତର ଆହତ ହୋଇଛନ୍ତି । ତେବେ ଦୋକାନୀଙ୍କ ୧୨ ବର୍ଷର ପୁଅର ସାହସିକତା ଯୋଗୁଁ ଦୋକାନୀଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ସୁନା ବ୍ୟାଗ୍ ଧରି ଚମ୍ପଟ ମାରିଥିଲେ । ଗୁରୁତର ଆହତ ସୁନା ଦୋକାନୀ ରାମ କୁମାର ଡାକୁଆଙ୍କ ଗୋଡ଼ରେ ଗୁଳି ବାଜିଥିବାରୁ ଚିକିତ୍ସା ପାଇଁ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ଡାକୁଆ ରାତି ପ୍ରାୟ ୯ଟାରେ ଦୋକାନ ବନ୍ଦ କରି ବ୍ୟାଗରେ ସୁନା ରଖି କୋଦଭଟ୍ଟାସ୍ଥିତ ଘରକୁ ଫେରୁଥିଲେ | ସେ ଘରେ ପହଞ୍ଚିବା ମାତ୍ରେ କିଛି
ସୁନା ଦୋକାନୀ ରାମ କୁମାର
ଦୁର୍ବୃତ୍ତ ପହଞ୍ଚି ଠେଙ୍ଗା ଓ ବନ୍ଧୁକ ଧରି ରାମଙ୍କୁ ଆକ୍ରମଣ କରିଥିଲେ | ରାମଙ୍କ ପତ୍ନୀ ସଂଗୀତା ଘରୁ ବାହାରି ଦେଖିବା ବେଳକୁ ଦୁର୍ବୃତ୍ତମାନେ ସୁନା
ବ୍ୟାଗ୍ ଛଡ଼ାଇବାକୁ ଯାଇ ରାମଙ୍କ ଗୋଡ଼ରେ ଗୁଳି ଫୁଟାଇବା ସହ ଠେଙ୍ଗାରେ ପିଟୁଥିଲେ । ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ସଂଗୀତା ମଧ୍ୟ ଠେଙ୍ଗା ମାଡ଼ଟ ଶିକାର ହୋଇଥିଲେ। ତେବେ ୧ମ ବର୍ଷର ପୁଅ କ୍ରିଷ୍ଣା ଦୁର୍ବୃତ୍ତମାନେ ବାପାଙ୍କୁ ମାଡ଼ ହେଉଥିବା ଦେଖି ଚିତ୍କାର କରିବା ସହ ଅଗଣାଟେ ପଡ଼ିଥିବା ପଥର ଗୋଟା ସେମାନଙ୍କ ଉପରେ ଫୋପାଡ଼ିଥିଲା ଫଳରେ ଦୁର୍ବୃତ୍ତମାନେ ସୁନା ବ୍ୟାଟ ଛଡ଼ାଇ ଘଟଣାସ୍ଥଳରୁ ଚମ୍ପଟ୍ଟ ମାରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଗୁଳି ଜବତ କରିବ ସହିତ ତଦନ୍ତ ଆରମ୍ଭ କରିଛି। ରାତି ପ୍ରାୟ ୯ଟ ସମୟରେ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ସ୍ଥାନୀୟ ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି।