ଜିଲାସ୍ତରୀୟ କବୀର ପ୍ରକଟ ମହୋତ୍ସବ

ଝରିଗାଁ, ୧୨/୬ : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ କୁସୁମି ଗ୍ରାମରେ ଜିଲା ମାନିକପୁରୀ ପନକା ସମାଜ ପକ୍ଷରୁ କବୀର ପ୍ରକଟ ମହୋତ୍ସବ ଗୁରୁବାର ପାଳନ କରାଯାଇଛି। ସକାଳ ୭ଟାରୁ ଗୁରୁମାହିମା ପାଠ କରାଯାଇଥିଲା। କଳସ ଯାତ୍ରା ଗ୍ରାମ ପରିକ୍ରମା କରି ମହଣ୍ଡି କବୀର ପୋଖରୀକୁ ଯାଇଥିଲେ। ସେଠାରେ ମହନ୍ତ ବେଣୁ ଦାସ ଓ ଦେୱାନ ଲୟଦାସ ଜଳ ଚୌକା କରିଥିଲେ। କବୀର କୁଟୀରରେ ମହନ୍ତ ପ୍ରବଚନ ଦେଇଥିଲେ। ଏହା ପରେ ମହନ୍ତ ଖଗଦାସ ଓ ଦେୱାନ ରମେଶ ଦାସଙ୍କ ଦ୍ବାରା ଚୌକା ଆରତୀ କରାଯାଇଥିଲା।
କାର୍ଯ୍ୟକ୍ରମରେ ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ଝରିଗାଁ ବ୍ଳକ ଅଧ୍ଯକ୍ଷ ଦୁର୍ଗାପ୍ରସାଦ ମାଝୀ, ଜିଲାପରିଷଦ ସଭ୍ୟା ଯମୁନା ଗଣ୍ଡ, ଏମ୍ପିଙ୍କ ପ୍ରତିନିଧ୍ ଚନ୍ଦ୍ରଭାନୁ ନାୟକ, ନିବେଦିତା ମହାନ୍ତି, ଗୁରୁସିଙ୍ଗା ସରପଞ୍ଚ ମୋହନ ନାୟକ, ସମିତି ସଭ୍ୟା ପଦ୍ମା ପାଣ୍ଡେ, ବେଲଗାଁ ସରପଞ୍ଚ ଥବୀର ପୂଜାରୀ, ଆତ୍ମା ଅଧ୍ଯକ୍ଷ ଚିତ୍ରପ୍ରସାଦ ତିୱାରୀ, ପ୍ରିୟରଞ୍ଜନ ଦାସ, ଅଶୋକ ମୂର୍ତ୍ତି, ଗଣପତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲା ମାନିକପୁରୀ ପନକା ସମାଜ ସଭାପତି ନୀଳାମ୍ବର ପନକା ସଭାପତିତ୍ୱ କରିଥିଲେ।
ଝରିଗାଁ, ଉମରକୋଟ, ରାଇଘର, ଡାବୁଗାଁ, କୋଷାଗୁମୁଡା, ନବରଙ୍ଗପୁର, ପାପଡାହାଣ୍ଡି ବ୍ଲକ ସଭାପତି, ସମ୍ପାଦକ, ସନ୍ଥ, ମହନ୍ତ ଓ ଶତାଧିକ କବିରପନ୍ଥୀ ଯୋଗଦେଇଥିଲେ। ଝରିଗାଁ ବ୍ଳକ ସଭାପତି ଲକ୍ଷ୍ମୀଧର ପନକା ପରିଚାଳନା କରିଥିଲେ। ପିତମ ପନକା, ଶଙ୍କର ଦାସ ପନକା, ପିଲାବାବୁ ପନକା, ବଂଶୀଧର ପନକା, ମନସାୟ ପନକା, ପଦ୍ମନାଭ ପନକା, ଲାବଣ୍ୟବତୀ ପନକା, ଲଇଖନ ପନକା, ଦୁର୍ଯ୍ୟୋଧନ ଦାସ, ଲାଇଦେଇ ପନକା, ହରିବନ୍ଧୁ ପନକା, ପ୍ରଫୁଲ୍ଲ ନାୟକ, ଯଜ୍ଞ ପନକା, ଲଛମନ ପନକା, ସମ୍ପତ ପନକା, ଚୈତନ୍ୟ ପନକାଙ୍କ ସମେତ ଶତାକ ଲୋକେ ଉପସ୍ଥିତ ଥିଲେ।