
ନବରଙ୍ଗପୁର ୧୨/୬ : ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ୨୦୨୫ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ପାପଡାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କଖ୍ୟ ଠାରେ ଏକ ଆଇନ ସଚେତନ ତନା ଶିବିର ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାକ ଧୂକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅ।ଇ ସେବା ପ୍ରାଧୂକରଣର ସଚିବ ସାଇ ଅଭୀପ୍ସା ଗୋଛାୟତ ଯୋଗ ଦେଇଥିଲେ ।
ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଶ୍ରମ ଅଧିକାରୀ ସଂଗ୍ରାମ ଭୂୟାଁ, ନବରଙ୍ଗପୁର, ସୁଧାଂଶୁ ଶେଖର ବିଶାଳ ବ୍ଲକ ପ୍ରୋଗ୍ରାମ ମାନେଜର, ପାପଡାହାଣ୍ଡି, ଶ୍ରୀମତୀ ମନୋରମା ମାଝି, ସାମାଜିକ କର୍ମୀ, ନବରଙ୍ଗପୁର, ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ଶିଶୁ ଶ୍ରମିକ ପ୍ରଥା କିଭଳି ଏକ ଅପରାଧ, ୧୪ ବର୍ଷରୁ କମ ବୟସର ଶିଶୁ ମାନେ ଶିକ୍ଷାଅଧୂକାର ଅ।ଇନ ଅନୁଯାଇ କିପରି ନିଶୁଳ୍କ, ବାଧ୍ୟତାମୂଳକ ଶିକ୍ଷା ପାଇବାକୁ ହକଦାର ଅଟନ୍ତି ଓ ଶିଶୁ ମାନଙ୍କ ପାଇଁ ଥୁବା ଅନ୍ୟାନ୍ୟ ଆଇନ ବିଷୟରେ ଆଲୋଚନା କରିଥିଲେ । ଏହି ସଚେତନତା ଶିବିରରେ ସୁଧାଂଶୁ ଶେଖର ବିଶ୍ୱାଳ ବ୍ଲକ ପ୍ରୋଗ୍ରାମ ମାନେଜର, ପାପଡାହାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଅ।ଇନ ସେବା ପ୍ରାଧୂକରଣ ଦ୍ବାରା ପରିପ୍ପଳନା କରାଯାଇଥିଲା ।