
ନବରଙ୍ଗପୁର : ରାଇଘର, ୧୨/୬
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅଞ୍ଚଳର ୩୪୪ ଚାଷୀ ମଣ୍ଡିରେ ଧାନ ଦେଇ ଦୀର୍ଘ ୫ ମାସ ହେଲା ସେମାନଙ୍କ ଟଙ୍କା ପାଇନାହାନ୍ତି। ଚାଷୀଙ୍କୁ ସମର୍ଥନ ଜଣାଇ ବିଜେଡି ପକ୍ଷରୁ ଗୁରୁବାର ୮ ଘଣ୍ଟା ବନ୍ଦ ପାଳନ କରାଯାଇଛି। ବିଜେଡି ନେତ୍ରୀ ନବୀନା ନାୟକ, ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କରଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ କରାଯାଇଛି। ଏହି ସମୟରେ ଔଷଧ ଦୋକାନ, କ୍ଷୀର ଗାଡ଼ି, ଆମ୍ବୁଲାନ୍ସକୁ ବାଦ୍ ଦେବା ସହ ବ୍ଲକର ସମସ୍ତ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ଥୁଲା । ଫଳରେ ଓଡ଼ିଶା ଓ ଛତିଶଗଡ଼ ସହ ରାଇଘର ବ୍ଲକକୁ ସଂଯୋଗ କରୁଥିବା ଗାଡି ଯାତାୟାତ କରି ନ ଥିଲା।
ବିଜେଡି କର୍ମୀମାନେ ରାଇଘର ବ୍ଲକ୍ ମୁଖ୍ୟରାସ୍ତାରେ ଥିବା ହନୁମାନ ମନ୍ଦିର ଛକରେ ଗାଡ଼ି ମୋଟର ଅଟକାଇ ପ୍ରତିବାଦ କରୁଥିଲେ। ପୂର୍ବରୁ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ୨ଥର ଲ୍ୟାମ୍ସ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ହେଲେ ସମସ୍ୟା ସମାଧାନ ନେଇ ଚାଷୀଙ୍କୁ କେବଳ ପ୍ରତିଶ୍ରୁତି ହିଁ ମିଳିଥିଲା। ଲ୍ୟାମ୍ପସ ଓ ଜିଲା ଯୋଗାଣ ବିଭାଗର ସମନ୍ୱୟ ଅଭାବ ଯୋଗୁ ଚାଷୀ ଧାନ ଟଙ୍କା ପାଇପାରିଲେ ନାହିଁ । ଏହାର ପ୍ରତିବାଦରେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଜିଲାପାଳଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଥୁଲା। ତଥାପି ରାଇଘର ବ୍ଲକ୍ର ୩୪୪ ଜଣ ଚାଷୀଙ୍କ ପ୍ରାୟ ୪କୋଟି ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ସେମାନଙ୍କୁ ମିଳିନାହିଁ। କେବଳ ଏମ୍ର୍ତ୍ତିଙ୍କୁ ନିଲମ୍ବିତ କରାଯାଇଛି | ଏବେ ସୁଦ୍ଧା ଏମ୍ଡିଙ୍କ ବିରୋଧରେ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତେଣୁ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖ୍ ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥୁବା ସୂଚନା ମିଳିଛି। ବନ୍ଦ ବେଳେ ପୂର୍ବତନ ବ୍ଲକ ଅଧକ୍ଷ ଚିତ୍ତ ଗଣ୍ଡ, ରାମନାଥ କେଉଟ, ଜିଲା ପରିଷଦ ଉପାଧ୍ଯକ୍ଷା ଲିପିକା ବାରୋଇ, ବିଜେଡି ସମତ ସରପଞ୍ଚ, ସମିତି ସଭ୍ୟ, ବିଜେଡିର ବହୁ କର୍ମୀ ଉପସ୍ଥିତ ଥିଲେ।