OdishaPolitics

ଆନ୍ଦୋଳନରେ ସଫେଇ କର୍ମଚାରୀ ମ୍ୟୁନିସିପାଲିଟି ଆଗରେ ଅଳିଆ ପକାଇ ପ୍ରତିବାଦ

ଉମରକୋଟ, 13/6: ଗତ ମାସ ଅପେକ୍ଷା ଚଳିତ ମାସରେ ଦରମା କମ୍ ମିଳିବା ଓ ସଫେଇ ସମୟରେ ଆବଶ୍ୟକ ପଡୁଥ‌ିବା ଉପକରଣ ଦିଆଯାଉ ନ ଥିବା ଅଭିଯୋଗକରି ବୁଧବାର ଉମରକୋଟ ପୌର ପରିଷଦର ସଫେଇ କର୍ମଚାରୀମାନେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଆବର୍ଜନା ପକେଇ ପ୍ରତିବାଦ କରିଛନ୍ତି। ଏଥିସହ ବୁଧବାର ସଫେଇ କାର୍ଯ୍ୟକୁ ବନ୍ଦ ରଖୁଛନ୍ତି। ଫଳରେ ସହର ସାରା କୁଢ଼କୁଢ଼ ଅଳିଆ ଜମି ରହିଛି। ବିଶେଷକରି ଉମରକୋଟ ପୁରୁଣା ବସ୍‌ଷ୍ଟାଣ୍ଡରେ ଅଳିଆ ଆବର୍ଜନା ପଡ଼ିଥ‌ିବାରୁ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଦରମା, ସଫେଇ ଉପକରଣ ଠିକ୍‌ ଭାବେ ମିଳୁ ନ ଥ‌ିବା ବେଳେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ କୌଣସି ସୁବିଧା ମିଳୁନାହିଁ। ଏଥିସହ ସ୍ବାସ୍ଥ୍ୟ ସମସ୍ୟା ହେଲେ କୌଣସି ସୁବିଧା ମିଳୁ ନ ଥିବା ସଫେଇ କର୍ମଚାରୀ ଅଭିଯୋଗ କରିଛନ୍ତି। ଗତ ମାସଠାରୁ ଚଳିତ ମାସ ଅନେକ କର୍ମଚାରୀଙ୍କ ପ୍ରାୟ ୩ରୁ ୫ହଜାର ଟଙ୍କା ଦରମା କମ୍ ଦିଆଯାଇଥିବା ସଫେଇ କର୍ମଚାରୀ ଅଭିଯୋଗ କରିଛନ୍ତି। ଏଥିପୂର୍ବରୁ ଦରମା ବୃଦ୍ଧି ନେଇ ପୌରାଧ୍ଯକ୍ଷ, ଉପାଧ୍ଯକ୍ଷ,ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲୁ ; କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ବଢ଼ିବା ବଦଳରେ କମ୍ ଦରମା ମିଳିଛି ବୋଲି ଅଭିଯୋଗ ହୋଇଛି। ସମସ୍ୟା ସମଧାନ ନହେବା ଯାଏ ସଫେଇ କାର୍ଯ୍ୟ ବନ୍ଦ ରହିବ ବୋଲି କର୍ମଚାରୀମାନେ କହିଛନ୍ତି । ଉମରକୋଟ ପୌରନିର୍ବାହୀ ଅଧିକାରୀ ଆଲୋକ ଚନ୍ଦ୍ର ଅନୁଗୁଳିଆଙ୍କୁ ପଚାରିବାରୁ ସଫେଇ କର୍ମଚାରୀଙ୍କ ସମସ୍ୟା ସମଧାନ କରାଯିବା ନେଇ ଆଲୋଚନା ହୋଇଛି। ପୂର୍ବ ଭଳି ସେମାନେ ଯେପରି ଠିକ୍ ଦରମା ପାଇବେ, ସେ ନେଇ ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ଅବଗତ କରିବି। ଦରମା ବୃଦ୍ଧି ନେଇ ବିଭାଗ ନିଷ୍ପତ୍ତି ନେବ। ବିଭାଗ ସହ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button