ଭୁବନେଶ୍ଵର, ୧୨। ୬: ରାଜ୍ୟ ସରକାର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ହିତାଧୀକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପେନସନ୍ ଗ୍ରହଣ କରିବାକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛତି, ସେମାନଙ୍କୁ ଘରେ ପେନ୍ସନ୍ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ। ରାଜ୍ୟ ସରକାର ଜିଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସଏସଓ) ମାନଙ୍କୁ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ୮୦ ବର୍ଷ ବା ତାହାଠାରୁ ଅଧିକ ବୟସର ବ୍ୟକ୍ତି ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ବ ଅକ୍ଷମତା ଥିବା ହିତାଧୁକାରୀମାନଙ୍କୁ ଘରେ ପେନସନ୍ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର କମିଶନର-କମ-ସଚିବ ଆର.ଏସ. ଗୋପାଳନ ଏ ସମ୍ପର୍କରେ ବୁଧବାର ଡିଏସ ଏସଓମାନଙ୍କୁ ଏକ ପତ୍ର ପଠାଇଛନ୍ତି । ସେ କହିଛନ୍ତି, “ ଅନେକ ହିତାଧୁକାରୀ ସେମାନଙ୍କର ଦୁର୍ବଳ ଶାରୀରିକ ଅବସ୍ଥା ହେତୁ ପେନସନ୍ ବଣ୍ଟନ ସ୍ଥାନକୁ ସ୍ଵୟଂ ଆସିପାରୁ ନାହାନ୍ତି । ତେଣୁ, ଏଭଳି ହିତାଧୁକାରୀମାନଙ୍କ ପାଇଁ ଘରେ ପେନସନ୍ ପହଞ୍ଚାଇବା ନିଶ୍ଚିତ କରନ୍ତୁ ।



