
ନବରଙ୍ଗପୁର : ୧୧/୦୬ -ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ମାନଙ୍କୁ ଘରେ ଘରେ ବିସୁଦ୍ଧ ପାନୀୟ ଜଳ ଯୋଗେଇବା ଉଦ୍ଦେଶ୍ଯ ରେ ବସୁଧା ଯୋଜନାର ଶୁଭାରମ୍ଭ କରିଥିଲେ ।ଆଉ କାମ ମଧ୍ୟ ଜାରସୋର ରେ ଚାଲିଛି ।ଗ୍ରାମେ ଗ୍ରାମେ ପାଇପ ପୋତିବା କାର୍ଯ୍ୟ ବି ଠିକାଦାର ମାନଙ୍କ ଦ୍ଵାରା ଆରମ୍ଭ ହୋଇସାରିଛି ।ହେଲେ ଏହି କାର୍ଯ୍ୟର ତଦାରଖ କରୁଥିବା ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ କାର୍ଯ୍ୟ ଗୁ ଡି କ ଠି କରେ କରାଯାଉନଥିବା ସାଧାରଣରେ ଅଭିଯୋଗ ହେଉଛି ।କେଉଁ କେଉଁଠି ଗାତ ସବୁ ଖୋଲି ଛାଡି ଦିଆଯାଉଛି ତ ଆଉ କେଉଁ କେଉଁଠି ପାଇପ ପୋତିବା ପରେ ହାଲୁକା ଫୁଲକା ଭାବେ ମାଟି ପକେଇ ଛାଡି ଦିଆଯାଉଛି ।ବର୍ତମାନ ବର୍ଷାଋତୁ ର ପ୍ରାରମ୍ଭ ହୋଇଥିବାରୁ ରାସ୍ତା ପାର୍ଶ୍ଵରେ ଥିବା ଖାଲ ଖମା ଗୁଡିକରେ
ପାନବାହାନ ପାଣି ଜମିବା ସହିତ ସମ୍ପୂର୍ଣ ରାସ୍ତା କାଦୁଅରେ ଭର୍ତ୍ତି ହୋଇଯାଉଛି ।ଯାନ ଚଳାଉଥିବା ଡ୍ରାଇଭର ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଯାଗ ହେଉଛି ।ଅନେକ ସ୍ଥାନରେ ବାଇକ ଚାଳକ ମାନେ ଭାରସାମ୍ୟ ହରେଇ ଖସିପଡି ପଡି ଖଣ୍ଡିଆ ଖାବରା ହୋଇ ମେଡିକାଲରେ ମଧ୍ଯ ଭର୍ତି ହେଉଥିବା ଖବର ସାମ୍ନାକୁ ଆସୁଛି ।ବିଶେଷ କରି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଳକର ମଞ୍ଚାଗାଁ ପଂଚାୟତ ସଦର ମହକୁମାର ମଞ୍ଚାଗାଁ -ଫୁଫୁଗାଁ ରାସ୍ତାର ଅବସ୍ଥା ଅତି ବିପଦ ପୂର୍ଣ ହୋଇଥୁବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ତେଣୁ ବିଭାଗୀୟ ଅଧିକାରୀ ଏହାର ତଦାରଖ କରି ସମସ୍ୟାର ସମାଧାନ l