OdishaPolitics

ଜଳଯୋଗାଣ ବିଭାଗ ଦ୍ଵାରା ଦୂଷିତ ପାନୀୟ ଜଳ ଯୋଗାଣ

ନ ବ ର ଙ୍ଗ ପୁ ର :ଢ।: ୧ ୨/୦୬ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତ ଧନସୁଲି ଗ୍ରାମରେ ସରକାରଙ୍କ ଦ୍ଵାରା ଧନସୁଲି ଠାରୁ ତୁମ୍ବର୍ଲା ଜଳ ଯୋଗାଣ ବିଭାଗ ଦ୍ଵାରା ପାଇପ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନେ ତତ୍ପର ହେଉ ନାହାନ୍ତି। ଆଗକୁ ବର୍ଷା ଦିନ ଆସୁ ଥୁବା ଯୋଗୁଁ ଏହି ଦୂଷିତ ଜଳ ବ୍ୟବହାର କଲେ ଝାଡ଼ା ବାନ୍ତି ତଥା ନାନା ପ୍ରକାର ସଂକ୍ରାମକ ରୋଗ ହେବାର ଲାଇନ ବିଛା ଯାଇଅଛି। ତୁମ୍ବର୍ଲା ଠାରେ ଦୂଷିତ ପାନୀୟ ଜଳ ଯୋଗାଣ କୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଆଜକୁ ପ୍ରାୟ ୮ରୁ ୧୦ ମାସ ହେବ ପାଇପ ଯୋଗେ ଆସୁଥୁବା ଜଳ ଦୂଷିତ ହୋଇ ମଇଳା ପାଣି ପାନୀୟ ଯୋଗ୍ୟ ହୋଇ ପାରୁନାହିଁ। ଏ ନେଇ ଜଳ ଯୋଗାଣ ବିଭାଗର ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ପାରୁ ନାହିଁ।


ଏବେ ଦୂଷିତ ପାଣି ପିଇ ଅ ଅନେକ ବ୍ୟକ୍ତି ଅସୁସ୍ଥ ହେଉଥିବା ସୂଚନା ମିଳିଛି। ତେଣୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଏହି ବିଷୟକୁ କୁ ଆସୁ ଆସୁ ସ ସମାଧାନ ନିମନ୍ତେ ତତ୍ପରତା ପ୍ରକାଶ କରିବା ପାଇଁ ତୁମ୍ବର୍ଲା ଗ୍ରାମ ବାସୀ ଦୃଢ଼ ଦାବୀ କରିଛନ୍ତି । ଯେପରି ଆଗାମୀ ଦିନରେ ଏହି ପାଣି ବ୍ୟବହାର କରି ରୋଗ ରେ ନ ପଡନ୍ତୁ କ୍ଷ ବେଳ ଥାଉଁ ଥାଉଁ ସମସ୍ୟାର ସମାଧାନ କରାଗଲେ ଜନସାଧାରଣ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇପାରିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button