
ରାମନାଗୁଡା:-୧୩-୦୬-୨୦୨୫-ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଏକ ବର୍ଷ ଫୁର୍ତ୍ତି ଅବସରରେ ଏକ ବିକାଶ ବାହନ ଓଡ଼ିଶାର ପ୍ରତ୍ୟେକ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ କୁ ରାଜ୍ୟ ସରକାରଙ୍କ ବର୍ଷ ଏକ ଉପଲବ୍ଧି ଅନେକ କାର୍ଯ୍ୟକ୍ରମ ବର୍ଷକ ମଧ୍ୟରେ ସରକାର କରିଥିବା କାର୍ଯ୍ୟ କୁ ଲୋକ ଲୋଚନ କୁ ଆଣିବା ପାଇଁ ଏହି ବିକାଶ ବାହନ ରଥ ଭୁବନେଶ୍ୱର ସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରୁ ବିକାଶ ବାହନ ରଥ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟଘାଟିତ କରିଥିବା ବେଳେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ରେ ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ସବୁଜ ପତାକା ଦେଖାଇ ବିକାଶ ରଥର ଶୁଭ ଉଦ୍ଘାଟନ କରିଥିବା ବେଳେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ , ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ପାତ୍ର ,ସବୁଜ ପାତାକା ଦେଖାଇ ଉଦ୍ ଘାତନ କରିଥିଲେ। ସଂବୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କାର ଇନ ପୁଟ ସହାୟତା ,ପ୍ରତି ଉପଖଣ୍ଡ ରେ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ନିଷ୍ପତ୍ତି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୫ ଲକ୍ଷ ରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଖରିଫ ଓ ରବି ଫସଲ ପାଇଁ ୩୬.୦୧ ଲକ୍ଷ ଚାଷୀ ଙ୍କୁ ୧୯ ହଜାର କୋଟିରୁ ଅଧିକ ଟଙ୍କାର ଋଣ ସହାୟତା, ସୁଭଦ୍ରା ଯୋଜନା ରେ ଏକ କୋଟି ରୁ ଉର୍ଦ୍ଧ୍ବ ମହିଳା ଉପକୃତ ହୋଇ ପାରିଥିବା ବେଳେ ୧୬ ଲକ୍ଷ ରୁ ଅଧିକ ଲକ୍ଷପତି ଦିଦି ,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଆର୍ଥିକ ଅନଗ୍ରସର ପରିବାରର ଝିଅ ମାନଙ୍କୁ ସ୍ଥାନୀୟ ପରମ୍ପରା ଅନୁସାରେ ଗଣ ବିବାହ କରାଇବା ସହ ଜନଜାତି ଶିଶୁ ମାନଙ୍କ ଶିକ୍ଷା ଏବଂ ଜ୍ଞାନାତ୍ମାକ ବିକାଶ ଉଦ୍ଦେଶ୍ୟ ରେ ଆମେ ପଢିବା ଆମ ଭାଷାରେ ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଙ୍କୁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିବା, ତିନି ଲକ୍ଷ ରୁ ଅଧିକ ସଦସ୍ୟ ଉପକୃତ ହୋଇପାରିଛନ୍ତି । କାର୍ଯ୍ୟକ୍ଷମ ହେଲା ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ,ଲୋକଙ୍କ ନିକଟକୁ ଗଲେ ରାଜ୍ୟ ସରକାର, ସମ୍ବଲପୁରରେ ହେଲା ଅଭିଯୋଗ ଶୁଣାଣି, ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଅଭିଯୋଗ ଶୁଣାଣି ରେ ୧୦.୮୯୪ ଅଭିଯୋଗ ମଧ୍ୟରୁ ୯.୩୮୮ ସମାଧାନ ହୋଇ ପାରିଛି।ଜନ ଶୁଣାଣି ପୋର୍ଟାଲ ମାଧ୍ୟମରେ ପାଞ୍ଚ ଲକ୍ଷ ରୁ ଅଧିକ ସମାଧାନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ଜଳ ଜୀବନ ମିଶନ, ସ୍ୱାସ୍ଥ୍ୟ ମିଶନ, ଜାତୀୟ ରକ୍ତ ଶିକୁଳି ମିଶନ, ସମଗ୍ର ଶିକ୍ଷା ଅଭିଯାନ ,ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସମେତ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଅନ୍ୟାନ୍ୟ ଜନ ହିତକର ଯୋଜନା ସମ୍ପର୍କରେ ଲୋକଙ୍କ ନିକଟରେ ଏହି ବିକାଶ ରଥ ପହଞ୍ଚି ଲୋକ ମାନଙ୍କୁ ସଚେତନତା ସୃଷ୍ଟି କରିବ ବୋଲି ଜଣାପଡିଛି। ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ରାଜ୍ୟ ବାସୀଙ୍କୁ ଅବଗତ କରିବା ସହିତ ଅପହଞ୍ଚ ଅଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କ ପାଖରେ ସରକାରୀ ଯୋଜନା ଓ ବିଭିନ୍ନ ଜନ କଲ୍ୟାଣକାରୀ ସେବା ଗୁଡିକ ଉପଲବ୍ଧ କରିବାରେ ଏହି ବିକାଶ ବାହନ ବଳିଷ୍ଠ ଭୂମିକା ଗ୍ରହଣ କରିବ।ରାଜ୍ୟର ସମସ୍ତ ୩୧୪ ଟି ବ୍ଲକ ପାଞ୍ଚ ଟି ମହାନଗର ନିଗମ ସମେତ ଶହେ ପନ୍ଦର ସହରାଞ୍ଚଳରେ ଚଳିତ ମାସ ୧୨ ତାରିଖ ଠାରୁ ୨୧ ଜୁନ ୨୦୨୫ ପର୍ଯ୍ୟନ୍ତ ବିକାଶ ର ବାର୍ତ୍ତା ନେଇ ଗଢ଼ିବ ବୋଲି ଭାଷଣ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ରଥ, ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନ ସାହୁ ଙ୍କ ସହ, ସମସ୍ତ ବ୍ଲକ କର୍ମଚାରୀ, ଏମକିକେ, ସିଆରପି,ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର, ପ୍ରମୁଖ ଉପସ୍ଥିତ ଥିଲେ।