OdishaPolitics

ଲ୍ୟାମ୍ପ ଏମଡିଙ୍କ ବଦଳି ନେଇ ଡିଆରସିଏସଙ୍କୁ ଦାବି ପତ୍ର ଦେଲେ ଚାଷୀ

ନବରଙ୍ଗପୁର, ୧୨/୦୬ : ପୁଣି କୋଡ଼ିଙ୍ଗା ଲ୍ୟାମ୍ପ ଏମଡି ସୁଶାନ୍ତ ଖରାଙ୍କ ବିରୋଧରେ ଚାଷୀ ଙ୍କ ବିଷାଦଗାର । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଅନ୍ତର୍ଗତ କୋଡ଼ିଙ୍ଗା ଲ୍ୟାମ୍ପ ଏମ ଡି ଙ୍କ ମନମୁଖୀ କାର୍ଯ୍ୟକଳାପ କରୁଥିବା ଅଭିଯୋଗ କରି ଡ଼ିଆରସିଏସ ଙ୍କୁ ଅଭିଯୋଗ ପତ୍ର ଦେଲେ ଚାଷୀ ।କର୍ଜାମାଳ ପଂଚାୟତ ଏବଂ ଅନ୍ୟ ପଞ୍ଚାୟତ ର ଚାଷୀ ସୁବ୍ରତ ମହାପାତ୍ର, ଅର୍ଜୁନ ବି ଶୋଇ, ରାଧାମଧବ ମହାପାତ୍ର, ପର୍ଶୁ ନାୟକ, ଲମ୍ବୋଧର ବିଶୋଇ, ଖେମରାଜ ନାୟକ ସମେତ ଅନେକ ଚାଷୀ ଲ୍ୟାମ୍ପ ଏମଡି ଙ୍କ ମନମୁଖୀ କାର୍ଯ୍ୟକଳାପ ସହ ଏମଡି ଦଲାଲ ମାନଙ୍କୁ ପ୍ରଶୟ ଦେଇ ଠିକ ସମୟରେ ଚାଷୀ ଙ୍କୁ ସାର ନ ଦେବା, ଚାଷୀ ଙ୍କୁ ମଣ୍ଡି କାର୍ଡ ରେଜିଷ୍ଟ୍ରେସନ କରିବା ସମୟରେ ଅଯଥା ହଇରାଣ କରୁଥିବା ଅଭିଯୋଗ କରିଛନ୍ତି । ଲ୍ୟାମ୍ପ ଏମଡି ଙ୍କ ଯୋଗୁଁ ମଣ୍ଡିରେ ଦଲାଲ ଗିରି ବଢିଯାଇଥିବା ବେଳେ ଚାଷୀ ଙ୍କ ଧାନକୁ ବିକ୍ରି ଅନୁପଯୋଗି ନଥୁବା ଦର୍ଶାଇ ଦଲାଲ ଙ୍କ ଧାନ କୁ ଘରୁ ଉଠାଉଛନ୍ତି ଏବଂ ଚାଷୀଙ୍କ ଧାନ କିଣିବା ବେଳେ ଅନେକ ନୀତିନିୟମ ଦେଖାଉଛନ୍ତି । ଲ୍ୟାମ୍ପ ବୋର୍ଡ ପରିଚାଳନା ନିର୍ବାଚନ ବଦଳ ରେ ନିଜ ମନମୁତାବକ ବୋର୍ଡ ର ସଦସ୍ୟ ଙ୍କୁ ଚୟନ କରି ଉପଯୁକ୍ତ ଚାଷୀ ଙ୍କୁ ହଇରାଣ କରୁଥିବା

ଅଭିଯୋଗ କରିଛନ୍ତି ଚାଷୀମାନେ ପୂର୍ବରୁ ଏମଡି ଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ମୁଖ୍ୟମନ୍ତ୍ରୀ ଙ୍କ ସହ ସମବାୟ ମନ୍ତ୍ରୀ ଓ ଜିଲ୍ଲା ଜିଲ୍ଲାପାଳ ଙ୍କ ନିକଟରେ ଦାବି ଜଣାଇଥିଲେ ଚା ଚାଷୀମାନେ । କିନ୍ତୁ କୌଣସି

କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ଏମ ଡି ଙ୍କୁ ତୁରନ୍ତ ବଦଳି ଦାବି କରି ଡିଆରସିଏସ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି I ଏହା ଶେଷ ଚେତାବନୀ ବୋଲି ଚାଷୀମାନେ କହିଥ‌ିବା ବେଳେ ଏମ ଡି ଙ୍କ ବଦଳି ଖୁବ ଶୀଘ୍ର ନ ହେଲେ ପ୍ରତିବାଦ ର ସ୍ୱର କୁ ତୀବ୍ର କରି ଲ୍ୟାମ୍ପ ଘେରାଉ କରିବା ସହ ଲ୍ୟାମ୍ପ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।ଚାଷୀଙ୍କ ଅଭିଯୋଗ କୁ ନେଇ ଡି଼ଆରସିଏସ ସଦାନନ୍ଦ ବେହେରା ସମସ୍ତ ଅଭିଯୋଗ ର ତଦନ୍ତ କରିବା ସହ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେବୋଲି ବାଲିକହିଛନ୍ତି I

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button