OdishaPolitics

ମୋହନ ସରକାରଙ୍କ ବଡ ପଦକ୍ଷେପ ସବୁ ଜିଲ୍ଲା ପାଇଁ ଅତିଥୂ ଭବନ ନିର୍ମାଣ

ଭୁବନେଶ୍ୱର ୧୧/୬ : ଭୁବନେଶ୍ୱର ଆସୁଥିବା ରାଜ୍ୟର ଲୋକଙ୍କ ପାଇଁ ମୋହନ ସରକାର ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ଏହି ନୂଆ ନିଷ୍ପରି କାର୍ଯ୍ୟରେ ପରିଣତ ହେଲେ ଉପାନ୍ତ, ଦୁର୍ଗମ ତଥା ଶହଶହ କିଲୋମିଟର ଦୂରରୁ ଭୁବନେଶ୍ୱର ଆସୁଥିବା ଲୋକଙ୍କୁ ସାମୟିକ ସମୟ ପାଇଁ ରହିବା ଓ ଫ୍ରେସ୍ ହେବା ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ରାଜ୍ୟ ସରକାର ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ଅତିଥ୍‌ ଭବନ ନିର୍ମାଣ କରିବାକୁ ଯାଉଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରବିବାର ଏହି ସୂଚନା ଦେଇଛନ୍ତି । ରାଜସ୍ୱମନ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ରାଜଧାନୀରେ ଅତିଥୁ ଭବନ ନିର୍ମାଣ ହେବ । ଏହା ଦ୍ଵାରା ରାଜ୍ୟବାସୀ ଉପକୃତ ହେବେ । ଅନେକ ଆସନ୍ତି । ଏହା ସହ ଶିକ୍ଷା ଲାଭ ତଥା ରାଜ୍ୟ ସରକାରଙ୍କର ଅନ୍ୟାନ୍ୟ ସୁବିଧା ପାଇବା ପାଇବା ପାଇଁ ମଧ୍ୟ ଏଠାକୁ ଆସିଥାନ୍ତି। ଏଠି ରହିବା ପାଇଁ ସେମାନେ ହୋଟେଲ୍‌ କିମ୍ବା ଅନ୍ୟା ଜାଗାରେ ରହିବା ପାଇଁ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଲୋକଙ୍କ ସୁବିଧା ପାଇଁ ଗେଷ୍ଟ୍ ହାଉସ ପ୍ରସ୍ତୁତ ହେବ । ଏହା ଦ୍ଵାରା ଲୋକ ସୁବିଧାରେ ରହି ନିଜ ଆବଶ୍ୟକୀୟ କାମ କରିପାରିବେ । ପ୍ରତି ଜିଲ୍ଲା ପାଇଁ ୧୦୦ କୋଠାରୀ ବିଶିଷ୍ଟ ଗେଷ୍ଟ୍ ହାଉସ୍ ହେବ । ୩୦ ଜିଲ୍ଲା ପାଇଁ ୩୦୦୦ କୋଠରି । ପ୍ରତି ଜିଲ୍ଲା ନାଆଁରେ ଏହାକୁ ନାମିତ କରାଯିବ। ତେବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଯଦି ୩୦ ଜିଲ୍ଲା ପାଇଁ ୩୦୦୦ କୋଠରୀ ନିର୍ମାଣ କରାଯିବ, ସେଥିପାଇଁ ବହୁତ ବଡ଼ ସ୍ଥାନ ଦରକାର ପଡ଼ିବ । ଏତେଗୁଡ଼ିଏ କୋଠରୀ ନିର୍ମାଣ କରିବା ପାଇଁ ସରକାର ସହର ଭିତରେ ସ୍ଥାନ ବାହାର କରିବେ ନା ସହର ବାହାରେ କରିବେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯଦି ସହର ବାହାରେ ଅତିଥୁ ଭବନ ନିର୍ମାଣ କରିବେ, ତା’ହେଲେ ପରିବହନ ବ୍ୟବସ୍ଥା ସଠିକ୍ ହେବା ଦରକାର । ସେହିପରି ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ । ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ରାଜସ୍ୱ ସେବା ରହିବ ଗୋଟିଏ ମୋବାଇଲ୍ ଆପରେ ଉପଲବ୍ଧ ହେବ । ଲୋକେ ଘରେ ବସି ସମସ୍ତ ସୁବିଧା ପାଇପାରିବେ। ଆପ୍ ପ୍ରସ୍ତୁତ ହୋଇ ସାରିଛି, ଖୁବ୍‌ଶୀଘ୍ର ଲଞ୍ଚ୍ ହେବ । ଆପ୍ ଦ୍ବାରା ସେବା କେନ୍ଦ୍ରକୁ ନ ଯାଇ
୩୦ ଜିଲ୍ଲା ପାଇଁ ଲୋକ ରାଜଧାନୀକୁ ସ୍ଵାସ୍ଥ୍ୟ ସେବା ପାଇଁ ୩୦୦୦ କୋଠରି ନିର୍ମାଣ ହେବ |

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button