OdishaPolitics

ଭିଜିଲାନ୍ସ ପଞ୍ଝାରେ ଲମତାପୁଟ ବ୍ଲକ୍ ସହକାରୀ ଯନ୍ତ୍ରୀ

କୋରାପୁଟ / ଲମତାପୁଟ,୧୦/୬ ମଙ୍ଗଳବାର ଅପରାହ୍ନରେ ଲମତାପୁଟ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ‘ମନରେଗା’ ବିଲ୍ ପାସ୍ କରିବାକୁ ଜଣେ ଠିକାଦାରଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଭିଜିଲାନ୍ସ ଟିମ୍ ସହକାରୀ ଯନ୍ତ୍ରୀଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ତାଙ୍କ ବାସଗୃହ, ସେମିଳିଗୁଡ଼ା ଏବଂ ଭୁବନେଶ୍ଵରରେ ଥ‌ିବା ଘରେ ମଧ୍ଯ ଚଢ଼ଉ ଜାରି ରହିଥ‌ିବା ଜଣାପଡ଼ିଛି | କୋରାପୁଟ ଭିଜିଲାନ୍ସ ଥାନା କେସ୍ ନଂ ୨୨/୨୦୨୫, ଦୁର୍ନୀତି ନିବାରଣ ଆଇନ ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଭିଜିଲାନ୍ସ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଚଢ଼ଉରେ ୩ ଜଣ

ଡିଏସ୍‌ପି, ୨ ଜଣ ଇନ୍ସପେକ୍ଟର ସାମିଲ ଥିଲେ। ସୂଚନା ମୁତାବକ, ଲମତାପୁଟ ବ୍ଲକ୍ ନନ୍ଦପୁର ଥାନା ଅଧୀନରେ ଥିବା ଉମ୍ବେଲ ପଞ୍ଚାୟତର ଜନୈକ ବ୍ୟକ୍ତି କରିଥିବା ‘ମନରେଗା’ ଯୋଜନାର ଘାଟ କଟିଙ୍ଗ୍ କାର୍ଯ୍ୟର ବିଲ୍ କରିବାକୁ ସହକାରୀ ଯନ୍ତ୍ରୀ ସୁଚିସ୍ମିତା

‘ମନରେଗା’ ବିଲ୍ ପାସ୍ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ପରିଜା ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ବ୍ୟକ୍ତି ଜଣକ ପ୍ରଥମେ ୫ ହଜାର ଟଙ୍କା ଦେଇ ବଳକା ୧୦ ହଜାର ପରେ ଦେବାକୁ କହି ସୋମବାର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ମଙ୍ଗଳବାର ଉକ୍ତ ୧୦ ହଜାର ଟଙ୍କା ମଧ୍ୟରୁ ୮ ହଜାର ଟଙ୍କା ଦେବାବେଳେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ରାସାୟନିକ ରଙ୍ଗ ଦିଆଯାଇଥିବା ୮ ହଜାର ଟଙ୍କା ଜବତ କରିବା ସହ ଯନ୍ତ୍ରୀଙ୍କୁ ଗିରଫ କରିଛନ୍ତି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button