
କୋରାପୁଟ, ୧୧/୬ : କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଲେକ୍ଚର ଥୁଏଟର ଠାରେ ଆନ୍ଥାଵ ବିଲୋପ ପାଇଁ ୩ ଦିନିଆ ସ୍ବାସ୍ଥ୍ୟ ପଦ୍ଧତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ଭି କୀର୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଆଇସି ଏମଆର ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଡିନ ପ୍ରଫେସର ଡାକ୍ତର ସୁଶାନ୍ତ କୁମାର ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇଏଏସ ପ୍ରୋବେସାନେରୀ ସନ୍ତୋଷ କୁମାର ପାତ୍ର, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଲକ୍ଷ୍ମୀଧର ବେହେରା, ଏଡିପିଏଚଓ ଡାକ୍ତର ଶିବ ସାଇ ସୁରୂପ, ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ରର ବୈଜ୍ଞାନିକ ଡ. ଦେବଦତ୍ତ ଭଟ୍ଟାପ୍ଟର୍ଯ୍ୟ, ଏମଏସ ସ୍ଵାମୀନାଥାନ ଗବେଷଣା ପ୍ରତିଷ୍ଠାନର ଡ. ପ୍ରଶାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ, ପ୍ରାଣୀ ଏବଂ ବନ ବିଭାଗର ମିଳିତ ସହଯୋଗରେ ଆନ୍ଥାଵ ମୁକ୍ତ କରାଯାଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆଇସି ଏମଆର ଅତିରିକ୍ତ
ନିର୍ଦ୍ଦେଶକ ଏବଂ ଆଇସିଏମଆର – ଆରଏମଆରସିର ନିର୍ଦ୍ଦେଶକ ଡ.ସଂଘମିତ୍ରା ପତି ଭର୍ଟୁଆଲ୍ ମାଧ୍ଯମରେ କାର୍ୟ୍ଯ୍ଯକ୍ରମରେ ଯୋଗଦେଇ ଜୁନୋଟିକ୍ ରୋଗଜନିତ ଆଵ ରୋଗକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ୱାସ୍ଥ୍ୟ ପଦ୍ଧତି ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଜ୍ଞାନିକ-ଇ ଦେବଦତ୍ତ ଭଟ୍ଟାଶ୍ଚର୍ଯ୍ୟ ଆନ୍ମାକ୍ସ ସଂକ୍ରମଣକୁ ରୋକିବା ପାଇଁ ଏକ ମିଶନ-ମୋଡରେ ମାଗଣାରେ ପଶୁଙ୍କୁ ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ପ୍ରେରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଇସିଏମଆର ର ଡ. ହରପ୍ରୀତ କୌର, ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ପ୍ରମିଳା ବରାଳ ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାରେ ୪ଲକ୍ଷ ଗୋ ସମ୍ପଦ ରହିଛି, ବିଗତ ଦିନ ମାନଙ୍କରେ ନାରାୟଣପାଟଣା ଓ ବନ୍ଧୁଗାଁ ଭଳି କିଛି ବ୍ଲକରେ ଆକ୍ସ ରୋଗ ଦେଖା ଦେଇଥିଲା କିନ୍ତୁ ବର୍ତ୍ତମାନ ଜିଲ୍ଲାରେ ଏହି ରୋଗ ସଂପୂର୍ଣ ବିଲୋପ ହୋଇଯାଇଛି ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଲକ୍ଷ୍ମୀଧର ବେହେରା କହିଛନ୍ତି ।