ମହାସମାରୋହ ସ୍ନାନପୂର୍ଣ୍ଣମୀ ନୀତି ସମ୍ପନ୍ନ

ଭଞ୍ଜନଗର,୧୧/୬ : ପବିତ୍ର ଜ୍ୟୋଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ। ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଏହି ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଛି। ଆଜି ଭୋର୍ ରୁ ର୍ହି ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା। ମନ୍ଦିର ବେଢାରେ ରୀତିନୀତି ଅନୁଯାୟୀ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିପରି କୁଲାଡ ସ୍ଥିତ ଭଞ୍ଜ ବଂଶୀୟ ବହୁ ପୁରାତନ ଜଗନ୍ନାଥ ମନ୍ଦିରରେ ସକାଳ ସମୟରେ ସେବାୟତ ପୂଜକ ମାନଙ୍କୁ ନେଇ ଏହି ସ୍ନାନ ଯାତ୍ରା ସମ୍ପନ୍ନ ହୋଇଥିଲା। ବର୍ଷ ତମାମ୍ ଏଠାରେ ବିଭିନ୍ନ ନୀତିକାନ୍ତି ଅନୁଯାୟୀ ପୂଜା ହେଉଥିବା ବେଳେ ରାଥଯାତ୍ରା ସମୟରେ କୁଲାଡ ଯାତ୍ରାର ମଧ୍ୟ ସ୍ବତନ୍ତ୍ରତା ରହିଛି। ରାଜତନ୍ତ୍ର ଯିବା ପରେ ବର୍ତ୍ତମାନ ଏହି ମନ୍ଦିର ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ହେଉଛି। ତଥାପି ଭଞ୍ଜ ରାଜବଂଶର ଉତ୍ତରାଧିକାରୀ ମାନେ ପରମ୍ପରା ଅନୁଯାୟୀ ରଥଯାତ୍ରା ସମୟରେ ଛେରା ପହଁରା ଠାରୁ ଅରମ୍ଭ କରି ବିଭିନ୍ନ ପୂଜାକାର୍ଯ୍ୟରେ ଉପସ୍ଥିତ ରହିଥାନ୍ତି। ପ୍ରଶାନ୍ତ କୁମାର ଭଞ୍ଜଦେଓ,ତହସିଲଦାର ଅଭିପ୍ସା ପଟ୍ଟନାୟକ,ଅତିରିକ୍ତ ତହସିଲଦାର ଅବିନାଶ ମାହାର,ଆରଆଇ ଭଗବାନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଠାକୁର ମାନଙ୍କୁ ରତ୍ନ ସିଂହାସନରୁ ଓହ୍ଲାଇଯିବା ପରେ ଧାଡି ପହଣ୍ଡିରେ ଭୋର୍ ସମୟରୁ ହିଁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବାପରେ ସେଠାରେ ତିନି ଠାକୁରଙ୍କୁ ୧୦୮ ଗରାରେ ଦିବ୍ୟସ୍ନାନ କରାଇବା ପରେ ଠାକୁର ମାନଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଛି। ଏହାକୁ ଦେଖିବା ପାଇଁ ଆଖପାଖର ବହୁ ଶ୍ରଦ୍ଧାଳୁ ସମାଗମ ହୋଇଥିଲେ। ଏହାପରେ ତିନି ଠାକୁରଙ୍କୁ ଦକ୍ଷିଣାୟଣ ଭୋଗ ପରେ ଅଣସର ଘରେ ପ୍ରଭୂ ରହିବେ ବୋଲି ଜଣାପଡିଛି। ଏଥିସହ ଭଞ୍ଜନଗର,ବଡ କୋଦଣ୍ଡା ଓ ଭେଜିପୁଟ୍ ଠାରେ ମଧ୍ୟ ମନ୍ଦିର ଭିତରେ ଭକ୍ତିମୟ ପରିବେଶରେ ସ୍ନାନପୂର୍ଣ୍ଣମୀର ନୀତି ସମ୍ପନ୍ନ ହୋଇଥିବା ଜଣାପଡିଛି।