Health

ସେମିଲିଗୁଡାରେ ଦୁର୍ଘଟଣା ଆହତ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର

ଜୁନ ୧୧, ୨୦୨୫: ସେମିଲିଗୁଡା ନିକଟରେ ଏକ ଦୁର୍ଘଟଣାରେ ତେନ୍ତୁଳିଗୁଡା ଗ୍ରାମର କୃଷ୍ଣ ଖରା (୪୦, ପିତା: ବାଙ୍ଗରୁ ଖରା) ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସସେଇଲ ୱାର୍କ ଗ୍ରୁପର ସଦସ୍ୟମାନେ ତାଙ୍କୁ ଦେଖି ୧୦୮ ଆମ୍ବୁଲାନ୍ସ ସେବାକୁ ଡାକିଥିଲେ।ପ୍ରାଥମିକ ଚିକିତ୍ସା ପାଇଁ କୃଷ୍ଣଙ୍କୁ ସେମିଲିଗୁଡାରୁ ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଅବସ୍ଥା ଗୁରୁତର ଦେଖି ଉନ୍ନତ ଚିକିତ୍ସା ପାଇଁ କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେହି ଆମ୍ବୁଲାନ୍ସ ଯୋଗେ କୃଷ୍ଣଙ୍କୁ କୋରାପୁଟ ମେଡିକାଲକୁ ପଠାଯାଇଛି।ବର୍ତ୍ତମାନ କୃଷ୍ଣ ଖରାଙ୍କ ଚିକିତ୍ସା କୋରାପୁଟ ମେଡିକାଲରେ ଚାଲିଛି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button