ପାପଡାହାଣ୍ଡି ୧୧/୦୬ ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତ ଧନସୁଳି ଗ୍ରାମରେ ଦ୍ବାରା ଧନସୁଳି ଠାରୁ ତୁମ୍ବଲ୍ଲା ଜଳ ଯୋଗାଣ ବିଭାଗ ଦ୍ବାରା ପାଇପ ଲାଇନ ବିଛା ଯାଇ ଅଛି। ତୁମ୍ବର୍ଲା ଠାରେ ଦୂଷିତ ପାନୀୟ ଜଳ ଯୋଗାଣ କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଆଜକୁ ପ୍ରାୟ ୮ରୁ ୧୦ମାସ ହେବ ପାଇପ ପ ଯୋଗେ ଗେ ଆସୁଥିବା ଜଳ ଦୂଷିତ ହୋଇ ମଇଳା ପାଣି ପିଇବା ଯୋଗ୍ୟ ହୋଇ ପାରୁନାହିଁ। ଏ ନେଇ ଜଳ ଯୋଗାଣ ଅଧୂକାରୀ,ପଞ୍ଚାୟତ ନିର୍ବାହି ଅଧିକାରୀ ଓ ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କରିବା
ସତ୍ତ୍ବେ କୌଣସି ସୁଫଳ ମିଳିନାହିଁ। ଗ୍ରାମ ବାସୀ ବାରମ୍ବାର ସୂଚନା ଦେବା ପରେ ମଧ୍ୟ ଆସୁ ସମାଧାନ ପାଇଁ ବିଭାଗିୟ ଅଧୁକାରୀ ମାନେ ତତ୍ପର ହେଉ ନାହାନ୍ତି। ଆଗକୁ ବର୍ଷା ଦିନ ଆସୁ ଥିବା ଯୋଗୁଁ ଏହି ଦୂଷିତ ଜଳ ବ୍ୟବହାର କଲେ ନାନା ପ୍ରକାର ରୋଗ ହେବାର ସମ୍ଭାବନା ରହିଛି। ଦୂଷିତ ପାଣି ପିଇ ଅନେକ ବ୍ୟକ୍ତି ଅସୁସ୍ଥ ହେଉଥିବା ସୂଚନା ମିଳିଛି। ତେଣୁ ଜିଲ୍ଲା ପ୍ରଶାସନ କୁ ଗୁରୁତର ସହ ଏହି ବିଷୟକୁ ଆସୁ ସମାଧାନ ପାଇଁ ତତ୍ପରତା ପ୍ରକାଶ କରିବା ପାଇଁ ତୁମ୍ବର୍ଲା ଗ୍ରାମ ବାସୀ ଦାବୀ କରିଛନ୍ତି।