
ନବରଙ୍ଗପୁର, ୧୦।୬ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ଵର ସାହୁ ମଙ୍ଗଳବାର ନବରଙ୍ଗପୁର ଜିଲା ଗସ୍ତରେ ଆସି ବିଭିନ୍ନ ଚାଷୀଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମଧ୍ୟାହ୍ନରେ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ ରବି ଧାନ ମଣ୍ଡି ପରିଦର୍ଶନ କରିଥିଲେ। ଧାନ କିଣାରେ କିଛି ସମସ୍ୟା ରହିଛିକି ନାହିଁ ପଚାରିଥିଲେ। ମଣ୍ଡିରେ ଧାନ ଦେବା ପରେ ତୁରନ୍ତ ୩୧ ଶହ ଟଙ୍କା ପାଉଥିବା ଚାଷୀ କହିଥିଲେ। ପରେ ସ୍ଥାନୀୟ ସାର୍କିଟ ହାଉସ ସମ୍ମିଳନୀ କକ୍ଷରେ ଖବରଦାତାଙ୍କୁ ସମ୍ବୋଧୂତ କରିଥିଲେ।
ଚାଷୀଙ୍କ ପାଇଁ ସବୁକିଛି ସରଳିକରଣ କରାଯାଉଛି। ଚାଷୀ ମଣ୍ଡିରେ ଖୁସି ଅଛନ୍ତି। ଧାନ କିଣା ଟାର୍ଗେଟ ଠିକ ଆସୁଛି। ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି ମହେଶ୍ବର ଖବରଦାତାଙ୍କୁ କହିଥିଲେ। ରାଇଘର ବ୍ଲକର ୩୪୪ ଜଣ ଚାଷୀ ଖରିଫ୍ ମଣ୍ଡିରେ ଧାନ ଦେଇ ଏଯାଏ ଟଙ୍କାଟିଏ ପାଇଲେ ନାହିଁ I ଯାହାକୁ ନେଇ ଭୁବନେଶ୍ୱରସ୍ଥିତ ଲୋଏର ପିଏମ୍ଜିରେ ପୂର୍ବତନ ଏମପି ତଥା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ନବରଙ୍ଗପୁର ଧାନମଣ୍ଡି ପରିଦର୍ଶନ କରୁଛନ୍ତି।
ଚାଷୀ ୬ ତାରିଖରୁ ଧାରଣା ଦେଉଛନ୍ତି ବୋଲି ଖବରଦାତାମାନେ କହିଥିଲେ। ଏହାର ଉତ୍ତରରେ ମହେଶ୍ବର ଚାଷ କମ ରାଜନୀତି ଅଲ୍କା ହେଉଛି ବୋଲି କହିଥିଲେ । ସରକାରଙ୍କ ଧାନ ମଣ୍ଡି ନିୟମ ରହିଛି। ମଣ୍ଡି ନିୟମକୁ ମାନିନାହାନ୍ତି। ମଣ୍ଡିକୁ ଧାନ ନ ଆଣି ସିଧା ସଳଖ ମିଲ୍କୁ ଦେଇ ଦେଇଛନ୍ତି । ପ୍ରଦୀପ ମାଝୀ ଗଡ଼ବଡ଼ କଥା କହୁଛନ୍ତି। ସରକାରଙ୍କ ପ୍ରତି ଅଭିଯୋଗ ଆଣୁଛନ୍ତି। ଚାଷୀଙ୍କୁ କିଏ ପ୍ରଲୋଭିତ କରି ମିଲକୁ ଧାନ ଆଣିବାକୁ କହିଥିଲା। ଯେଉଁ ଅସୁବିଧା ହୋଇଛି ସେ ବାବଦରେ ସରକାର ସମ୍ବେଦନଶୀଳ ଅଛନ୍ତି ଓ ଚିନ୍ତା କରୁଛନ୍ତି
ଫାଇଲ ପୁଟଅପ ମଧ୍ୟ ହୋଇସାରିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭଜପା ସରକାର ଯାହା କଥା ଦେଇଥିଲେ ତାହା ରଖୁଛନ୍ତି ବୋଲି ସେ କହିଛନ୍ତି। ଏହି କା କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ପୁଲିନ ପୁହାଣ, ରାଜ୍ୟ କାର୍ଯ୍ୟକାରିଣୀ ସ ସଭ୍ୟ ଜୟନ୍ତ ପାତ୍ର, ଜିଲା କୃଷକ ମୋର୍ଚ୍ଚା ସଭାପତି ସନା ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜଗଦୀଶ କଲାର ଓ ଉମାପତି ବିଷୟୀ, ରାଜ୍ୟ ଉପସଭାପତି ବିପଦ ଭଞ୍ଜନ ସାହୁ, ବରିଷ୍ଠ ନେ ନେତା ସୋମନାଥ ପୂଜାରୀ, ରତନ କଲାର, ଜି. କିରଣ କୁମାର, କୃଷ୍ଣ ଭତ୍ରା, ମହେଶ ପାତ୍ର, ଶୁଭମ୍ ଚୌଧୁରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ଜିଲାରେ ଚଳିତ ବର୍ଷ ରବି ଧନ ମଣ୍ଡି ୭ଟି ସ୍ଥାନରେ ହେଉଛି। ନବରଙ୍ଗପୁର ମଣ୍ଠିରେ ଗତ ୨୭ରୁ ୬ ତାରିଖ ମଧ୍ୟରେ ୫୨୩୨ କୁଇଣ୍ଟାଲ ଧାନ କିଣାଯାଇଛି। ନନ୍ଦାହାଣ୍ଡି ବ୍ଲକର ସରୁଗୁଡ଼ାରେ ସ 98 ৪০০ ପ୍ୟାକେଟ, ଚନ୍ଦହାଣ୍ଡିରେ ୭ ହଜା ହଜାର, ସାଉନିଗୁଡ଼ାରେ ୭୯୬ ଓ ୧୩୫୫୬ 66 କୋଷାଗୁମୁଡା ବ୍ଲକରେ ଉଠିନାହିଁ। ଜିଲାକୁ କୁ ୨ ୨ ପର୍ଯ୍ୟାୟରେ ୪୨ ହଜାର ୭୫୦ କୁଇଣ୍ଟାଲଲ ଧାନ ଟାର୍ଗେ ଆସିଛି। ଏଯାଏ ୧୨ ହଜାର ୩୩୮ କ୍ଲିଣ୍ଟାଲ ଧାନ ଉଠିଥିବା ସୂଚନା ମିଳିଛି।