ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଅଭିଯୋଗରେ ୨ ମହିଳା ଅଭିଯୁକ୍ତ ଗିରଫ

ଉମରକୋଟ, ୧୦/୬: ଗୁଣି ଗାରେଡ଼ି ସନ୍ଦେହ ରେ ଜଣେ ୬୦ ବର୍ଷ ବୟସ୍କ । ବୃଦ୍ଧା ଙ୍କୁ ହତ୍ୟା ଅଭିଯୋଗରେ ୨ ମହିଳା ଅଭିଯୁକ୍ତ ଙ୍କୁ ଗିରଫ କରି ଜେଲ ପଠାଇଛି ଉମରକୋଟ ପୋଲିସ। ଘଟଣା ଘଟିଥିଲା ନବରଙ୍ଗପୁର ଜିଲ୍ଲାର ଉମ ଉମରକୋଟ ବ୍ଳକ ଅନ୍ତଗର୍ତ ସେମଳ। ଗ୍ରାମ ପଂଚାୟତ ର ଆଦିବାସୀ ବଡ଼ବାସିନୀ ଗ୍ରାମ ଠାରେ। ଘଟଣା ଘଟିଥିଲା ୨୯/୨/୨୪ ତାରିଖ ଦିନ । ଏହି ଗ୍ରାମର ଚମରିନ ଭତ୍ରା (୬୦) ବର୍ଷ ଗୁଣି ଗାରେଡ଼ି କରିଥିବା ଅଭିଯୋଗ କରି ରାତି ୯ ଟା ସମୟ ରେ ସେହି ଗ୍ରାମ ର ପଦଲ।ମ ଗଣ୍ଡ, ପରମେଶ୍ଵର ଗଣ୍ଡ, ଡାକ ଗଣ୍ଡ, ଚମରୁ ଗଣ୍ଡ, ଗୋମତୀ ଗଣ୍ଡ ଓ ମଦନା ଗଣ୍ଡ ମିଶିକି ଚମରିନ ଭତ୍ରା, ତାଙ୍କ ଝିଅ କ୍ଷେମା ଭତ୍ର । ଓ ଅନ୍ୟ ଜଣେ ସଂପର୍କୀୟ ଙ୍କୁ ଜୋର ଜବରଦସ୍ତି କରି ଟାଣି ଟାଣି ନେଇ ମଦନା ଗଣ୍ଡ ଙ୍କ ଘର କୁ ନେଇ ଟାଙ୍ଗିଆ ରେ ଚୋଟ ମାରିଥିଲେ । ଘଟଣା ସ୍ଥଳରେ ରେ ହିଁ ଚମରିନ ଭତ୍ରା ର ମୃତ୍ୟୁ ଘଟିଥିଲା ଓ କ୍ଷେମାକୁ ଗୁରୁତର ଅବସ୍ଥା ରେ ପୋଲିସ ଉଦ୍ଧାର କରି ଉମରକୋଟ ହସ୍ପିଟାଲ୍ ରେ ର୍ଭତ୍ତି କରିଥିଲା। ଏଥି ନେଇ ଖେମା ଉମରକୋଟ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଉମରକୋଟ ପୋଲିସ ଗୋମତୀ ଗଣ୍ଡ ଓ ମଦନା ଗଣ୍ଡ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ପୁର୍ବରୁ ଏହୀ ଘଟଣା ରେ ପୋଲିସ ୩ ଜଣ ଙ୍କୁ ଗିରଫ କରି ସାରିଛି।