
ଚନ୍ଦାହାଣ୍ଡି, 10/6: ଚନ୍ଦାହାଣ୍ଡି ବ୍ଳକ ଜମାଦାରପଡ଼ା ପଞ୍ଚାୟତ ଭଜମଣି କାନ୍ଦି ଓଡା ଗାଁର ବିଧବା ଭତ୍ତାରୁ ବଞ୍ଚିତ ହୋଇ ନାନା ଅସୁବିଧାରେ ରହିଛନ୍ତି। ସଂସାର କହିଲେ ପୁଅବୋହୂ ଓ ୨ ନାତିନାତୁଣୀ। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରଘରେ କୃଷି ଶ୍ରମିକ ଭାବେ କାମ କଲେ ପୋଟ ପୂରୁଛି। ଭତ୍ତା ପାଇଁ ଗତ ୭ବର୍ଷ ହେଲା ପଞ୍ଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି ଆଜିହେବ କାଲିକୁ ହେବ କହି ଅଧିକାରୀମାନେ ଭୂଆଁ ବୁଲାଉଥିବା ଦୁଃଖର ସହ କହିଛତି ଭଳମଣି।
ସମସ୍ତ କାଗଜପତ୍ର ନେଇ ପଞ୍ଚାୟତ ଅଫିସ୍ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନେକ ଥର ଦୌଡ଼ିବା ପରେ ମଧ୍ୟ ଭତ୍ତା ମିଳିନାହିଁ । କୌଣସି ଅଧିକାରୀ ମଧ୍ୟ ସହାୟତା କରୁ ନାହାନ୍ତି। ଭଜମଣିଙ୍କ ପୁଅ ଦେବାନନ୍ଦ କହିଛନ୍ତି ବାପାଙ୍କ ମୃତ୍ୟୁ ପରେ ପରିବାର ଚଳାଇବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ତାଙ୍କ ମା’ଙ୍କୁ ଭତ୍ତା ମିଳିଲେ ପରିବାର ଚଳାଇ ດຣດ କିଛିଟା ସାହାଯ୍ୟ ହୋଇପାରି ପାରିବ । ପରଘରେ ดูชิ ଶ୍ରମିକ ଭାବେ କାମ କରୁଛନ୍ତି । ସେଥିରୁ ମିଳୁଥିବା ସ୍ବଳ୍ପ ରୋଜଗାରରେ କୁନି କୁନି ପିଲାଙ୍କ घΙΟ ପଢା, ଘରର ଔଷଧପତ୍ରରେ ଖର୍ଜ ହେଉଛି । ପରିବାର ପ୍ରତି ପୋଷଣ ପାଇଁ କଷ୍ଟ ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବାକୁ ସେ ନିବେଦନ କରିଛନ୍ତି। ଏସମ୍ପର୍କରେ ବିଏସଏସଓ ଏଲିଜାବେଥ ଗରଡାଙ୍କୁ ପଚାରିବାରୁ ସମସ୍ତ କାଗଜପତ୍ର ନେଇ ଅଫିସକୁ ଆସିଲେ ତଦନ୍ତ । କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଭଜମଣି କହିଛନ୍ତି, ୨୦୧୮ରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ସେବେଠାରୁ ୪ପ୍ରାଣୀ କୁଟୁ କୁଟୁମ୍ବଙ୍କ ଦାୟିତ୍ଵ ତାଙ୍କ ଉପରେ ପଡ଼ିଛି। ଆର୍ଥିକ ଅନଟନରେ ରହୁଛନ୍ତି। ପରଘରେ କାମଧନ୍ଦା କଲେ ଦୁଇ ଓଳି ଖାଇବାକୁ ମିଳୁଛି। ସ୍ବାମୀଙ୍କ ମୃତ୍ୟୁ ପରେ ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ।