
ଉମରକୋଟ, ୧୦/୬
ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କାର୍ଯ୍ୟାଳୟ ପରିସରରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର ପୂର୍ବାହ୍ନରେ ଆରମ୍ଭହୋଇଥିଲା। ଏଥିରେ ୨୦ରୁ ଉର୍ଦ୍ଧ ଏସ୍ଏଚ୍ଜି ଭାଗ ନେଇ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ। ମାଣ୍ଡିଆ ପେଜ, ଆମଟ, ବିରି ପିଠା ସହ ମାଣ୍ଡିଆରେ ତିଆରି ଅନେକ ପ୍ରକାର ପିଠା, ମଣ୍ଡାପିଠା ଆଦି ପ୍ରଦର୍ଶିତ ହୋଇଥିଲା।
ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଭାଗନେଲେ ୨୦ ଏସ୍ ଏଚ୍ ଜି । ପାରମ୍ପରିକ ଖାଦ୍ୟ ଖାଇଲେ ସୁସ୍ଥ ରହିବା। ଏହା ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବାରେ ସହାୟକ ହୋଇ ପାରିବ ବୋଲି ବକ୍ତାମାନେ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସାଲିନି ସ୍ବୟଂ ସହାୟକ ଗୋଷ୍ଠୀକୁ ୫୦୦୦, ଦ୍ଵିତୀୟ ହୋଇଥିବା ଲକ୍ଷ୍ମୀନାରାୟଣ ସ୍ବୟଂ ସହାୟକ ଗୋଷ୍ଠୀକୁ ୪୦୦୦ ଟଙ୍କା
ପୁରସ୍କାର ରାଶୀ ପ୍ରଦାନ କରାଯାଇଛି। ଏହି ୨ ଏସ୍ଏଚ୍ଜି ଜିଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝି, ମନ୍ତ୍ରୀ ପ୍ରତିନିଧ୍ ଅଶୋକ କୁମାର ପାଢ଼ୀ, ବିଡିଓ ମନୋଜ କୁମାର ମେହେର, ସିଡିପିଓ ସଞ୍ଜୁକ୍ତା ବେହେରା, ସମସ୍ତ ସୁପର ଭାଇଜର, ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ମିଶନ ଶକ୍ତି ମହିଳାମାନେ ଉପସ୍ଥିତ ଥିଲେ।