ବିଜେଡି ଜନପ୍ରତିନିଧି ଶଙ୍ଖ ଛାଡି ପଦ୍ମ ଧରିଲେ l

ନବରଙ୍ଗପୁର, ୧୦/୬ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କ ଅଧ୍ଯକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିବା ପରେ ନିଜ ଜାଲରେ ନିଜେ ଫସିଯାଇଛି ବିଜେଡି । ଅନାସ୍ଥା ଭୋଟଦାନ ଦିନ ସରପଞ୍ଚ ଓ ସମିତି ସଭ୍ୟଙ୍କ ଅନୁପସ୍ଥିତରୁ ଅନାସ୍ଥା ପ୍ରସ୍ତାବ ଫସର ଫାଟିଛି। ବ୍ଳକ ଅଧ୍ଯକ୍ଷା ଓ ଉପାଧ୍ୟକ୍ଷଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ବିଜେଡିର ନୂତନ ଜିଲ୍ଲା ସଭାପତି ବିଧାୟକ ମନୋହର ରନ୍ଧାରା ସଫଳତାର ପ୍ରଥମ ପାହାଚ ଚଢିବା ବେଳକୁ ଦଳ ଚିତପଟାଙ୍ଗ ମାରିଥିବା ଚର୍ଚ୍ଚା ହେଉଛି। ନିଜ ଦଳ ଅଧ୍ଯକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ବିଜେଡି ଏବେ ହରଡ଼ ଘଣାରେ ପଡ଼ିଥିବା ବେଳେ ବିଜେପି ଫାଇଦାରେ ରହିଛି।
ସୂଚନା ଅନୁଯାୟୀ, ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ବିଜେଡି ପକ୍ଷରୁ କଂଗ୍ରସ ନେତା ତଥା ନବରଙ୍ଗପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ
ପ୍ରଧାନୀଙ୍କୁ ବିଜେଡି ନିଜ ଦଳରେ ସାମିଲ କରି ଅଧ୍ଯକ୍ଷ ପଦ ସମର୍ପିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଅନ୍ୟପକ୍ଷରେ କଂଗ୍ରେସ ନେତା ଦିଲ୍ଲୀପ ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ତଥା ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କ ବିରୋଧରେ ନିର୍ବାଚନ ଲଢିଥଲେ।
ନିର୍ବାଚନରେ ଖୁଡି ଓ ପୁତୁରାଙ୍କ ଲଢ଼େର ପାଇଁ ବିଜେପି ପ୍ରାର୍ଥୀ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ ପରାଜୟରୁ କିଛି ଶିଖୁବା ବଦଳରେ ବିଜେଡି କଂଗ୍ରେସ ବିଧାନସଭା ପ୍ରାର୍ଥୀଙ୍କୁ କଣ ପାଇଁ ଆପଣେଇଲା ତାକୁ ନେଇ ଏବେ ନିଜ ରାଜନୀତି ସରଗରମ ହେବାରେ
ଲାଗିଛି । ଅନ୍ୟପଟେ ସୋମବାର ଅନାସ୍ଥା ପ୍ରସ୍ତାବ ଭୋଟ ଗ୍ରହଣ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ସମସ୍ତ ବିଜେଡି ସରପଞ୍ଚ ଓ ସମିତିସଭ୍ୟ ଭୁବନେଶ୍ବରରେ ସାଂସଦ ଇଂ ବଳଭଦ୍ର ମାଝୀ, ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ
ସାମିଲ ନେତାଙ୍କ ମଧ୍ୟରେ ବ୍ଲକ ଅଧ୍ଯକ୍ଷା ନିଳେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀଙ୍କ ସମେତ ୧୧ ନେତା ରହିଛନ୍ତି। ତେବେ ଗତ ନିର୍ବାଚନରେ ନିଜ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଥିବା କଂଗ୍ରେସା ନେତାଙ୍କୁ ଆପଣେଇ ବିଜେଡି ସଂଗଠନ ସଜାଡ଼ିବା ବଦଳରେ ବିଗାଡିଦେଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅତୀତରେ କଂଗ୍ରେସା ଗଡ଼ ଭାବେ ପରିଚିତ ତେନ୍ତୁଳିଖୁଣ୍ଟି-ବ୍ଲକରେ ବିଜେଡି ସଂଗଠନ ସୁଦୃଢ ଥିବା ବେଳେ ଏବେ ବିଜେପି ହାତରେ ଟେକିଦେଲା ବିଜେଡି ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ପୂର୍ବରୁ ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡିରେ ଯୋଗୀ ଦେଇଥିଲେ ମଧ୍ୟ ସଫଳତା ହାସଲା କରିପାରିନଥିବା ବେଳେ ଦିଲ୍ଲୀପଙ୍କ ବ୍ଲକ ଅଧ୍ୟକ୍ଷ ଆଶା ମଧ୍ଯ ପାଣି ଫାଟିଗଲା ବୋଲି କୁହାଯାଉଛି । ଆଉ ଏମିତି ପରିସ୍ଥିତି ଦାଦା ଓ ପୁତୁରାଙ୍କ ଭବିଷ୍ୟତ ରାଜନୈତିକ କ୍ୟାରିୟର ଉପରେ ମଧ୍ୟା ପଶ୍ନବାଚୀ ସୃଷ୍ଟି ହୋଇଛି ।