
ସୁନାବେଡ଼ା ୧୦/୦୬(ଇମିସ): ସୁନାବେଡ଼ା ମ୍ୟୁନିସିପାଲିଟିର ୧୯ ନଂ ୱାର୍ଡର କୁଶଳ ଆଶ୍ରମ କଲୋନୀରେ ଘଟିଛି ଏକ ଚକିତ କରାଉଥିବା ଚୋରି ଘଟଣା। ସମୀର ପ୍ରଧାନଙ୍କ ପିତା ଶତ୍ରୁଘ୍ନ ପ୍ରଧାନଙ୍କ ଘର ଖାଲି ଥିବା ସୁଯୋଗକୁ ନେଇ ଅଜଣା ଚୋରମାନେ ଗୃହର ଗ୍ରିଲ, କବାଟ ଓ ଆଲମାରୀ ଭାଙ୍ଗି ୧୦ ଲକ୍ଷ ଟଙ୍କା ନଗଦ ଓ ଦାମି ସୁନା ଗହଣା ଲୁଟି ନେଇଛନ୍ତି।
ପରିବାର ସଦସ୍ୟମାନେ ଗାଁରେ ଥିବା ସମୟରେ ଏହି ଦୁଷ୍କୃତ୍ୟ ଘଟିଥିବା କୁହାଯାଇଛି। ଶନିବାର ଘଟଣା ଆବିଷ୍କାର ପରେ ସୁନାବେଡ଼ା ଥାନାରେ ଏଥିଲା ଦାଖଲ କରାଯାଇଛି।
ଘଟଣା ସ୍ଥଳରେ ପହଞ୍ଚିଥିବା ସୁନାବେଡ଼ା ପୋଲିସ ଓ ସାଇନ୍ଟିଫିକ ଟିମ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହା ସହିତ ସେମିଲିଗୁଡା ଅଞ୍ଚଳରେ ବଢୁଥିବା ଚୋରି ଘଟଣା ନେଇ ଚିନ୍ତା ଚର୍ଚ୍ଚା ଶୁରୁ ହୋଇଛି।
ପୋଲିସ ପକ୍ଷରୁ ତିନି ଦିନିଆ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି। ଅଞ୍ଚଳରେ ପେଟ୍ରୋଲିଂ, ପ୍ରଶ୍ନବାଦ ଓ ଅଧିକ ତଦନ୍ତ ଚାଲିଛି। ଅନୁମାନ କରାଯାଉଛି ଏହାରେ ଏକ ବୃହତ ଚୋରି ଗ୍ରୁପ୍ ଲିପ୍ତ ଅଛି।

ଦୀର୍ଘ ଦିନ ପରେ ମଧ୍ୟ ପୋଲିସଙ୍କୁ କିଛି ସୁରାକ ମିଳିନି। ଏହି ଘଟଣା ଏବେ ପୋଲିସ କତୃପକ୍ଷ ଏଥିରେ ଯୋଡିତ ଅଛନ୍ତି କି ବୋଲି ପ୍ରଶ୍ନ ଉଠିଛି।



