BusinessPolitics

ବିଭିନ୍ନ ମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ନବରଙ୍ଗପୁର ଜିଲ୍ଲାର ବଢ ଉନ୍ନତିମୂଳକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

ନବରଙ୍ଗପୁର, ୯/୬: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ସମୀକ୍ଷା ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ଆସନ୍ତା ୧୨/୬/୨୫ ରୁ ୧୮/୬/୨୫ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ବିକାଶ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ମାନ୍ୟବର ବିଧାୟକ ଝରି ଗାଁ ନରସିଂହ ଭତରା, ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଙ୍ଖୁଟିଆ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ୱଜିତ ବର୍ମନ୍, ମୁଖ୍ୟ

ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଂଚି ନାରାୟଣ ଦରବାନ, ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସି ଡି ଓ, ଜିଲ୍ଲା ପରିଷଦ ବିରଂଚି ନାରାୟଣ ଦରବାନ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ । ମାନ୍ୟବର ମନ୍ତ୍ରୀ ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଗୃହରେ ସ୍ବାସ୍ଥ୍ୟ, ଖଣି, ପରିବହନ, ପାନୀୟ ଜଳ, ଯୋଗାଣ, ସାମାଜି କ ସୁରକ୍ଷା, ସମାଜ କଲ୍ୟାଣ, ଶିଳ୍ପ, ଶ୍ର ମ, ଦକ୍ଷତା ବିକାଶ, ଜିଲ୍ଲା ପରିଷଦ ବିଭାଗର ବର୍ଷ ପୂର୍ତ୍ତି ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଓ ଯୋଜନା ପ୍ରଣୟନ ଉପରେ ବିଭିନ୍ନ ତଥ୍ୟ ପି ପି ଟି ମାଧ୍ୟମରେ ମାନ୍ୟବର ศร ଅବଗତ ହୋଇଥିଲେ । ନୂତନ ମଣ୍ଡେଇ ପଡିଆରେ ଆୟୋଜିତ ହେବାକୁ ଥିବା ବିକାଶ ମେଳାରେ ବିଭିନ୍ନ ବିଭାଗୀୟ ଷ୍ଟଲ୍, ଖାଦ୍ୟ ଉତ୍ସବ ଓ ପାରଂପରିକ

3 ଖାଦ୍ୟ ପ୍ରତିଯୋଗିତା, ସାଂସ୍କୃତି ତିକ କାର୍ଯ୍ୟକ୍ରମ, ଗ୍ରାମାଂଚଳ ରୁ ବ୍ଲକ ସହରାଂଚଳ ରେ ବିକାଶ ବାହନ ଯାତ୍ରା ଦ୍ବାରା ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ର ବିଶେଷ ପ୍ରଚାର ପ୍ରସାର, ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଶାନ୍ତି ଶୃଙ୍ଖଳା, ପାକିଂ, ମାଜିଷ୍ଟ୍ରେଟ ଦାୟିତ୍ବ, ଶୌଚାଳୟ, ପାନୀୟ ଜଳ, ପରିମଳ, ଅଗ୍ନିଶମ ନିରାପତ୍ତା, ଷ୍ଟଲ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ,ପଡି ଆ ସଫେଇ,ବିଶେଷ ପ୍ରଚାର ପ୍ରସାର, ମି ଡି ଆ, ସୁଭଦ୍ରା ଶକ୍ତି ପାରଂପାରିକ ଖାଦ୍ୟ ପ୍ରତିଯୋଗିତା, ଷ୍ଟେଜ, ଅତିଥି ସ୍ବାଗତ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇ ଏହାର ସଫଳ ରୂପାୟନ ପାଇଁ ବିଶେଷ ପଦକ୍ଷେପ ନେବାକୁ ମାନ୍ୟବର ମନ୍ତ୍ରୀ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦଶ ଦେଇଥିଲେ । ବିଭାଗୀୟ ଷ୍ଟଲ୍ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ କୁ ସଫଳ ଭାବରେ ପ୍ରଦର୍ଶନ ପାଇଁ ବିଶେଷ ଗୁରୁତ୍ବ ଦେଇ କାର୍ଯ୍ୟ ଆରମ୍ଭକରିବାକୁ ବିଭାଗିୟ ଅଧିକାରୀ ଙ୍କୁ ନିର୍ଦ୍ଦଶ ଦେଇଥିଲେ । ବିକାଶ ମେଳା ରେ ମୋଟ ବିଭାଗୀୟ ଷ୍ଟଲ୍ ୩୬ ଏବଂ ପାରଂପରିକ ଖାଦ୍ୟ ଷ୍ଟଲ ୨୫ ଏଭଳି ୬୧ ଟି ଷ୍ଟଲ ର ଆୟୋଜନ କରାଯାଉଛି । ଶେଷରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଟିଆ ଧନ୍ୟବାଦ୍ ଅର୍ପଣ କରିଥିଲେ

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button