EntertainmentOdishaPolitics
ଶ୍ରୀ ଜଗନ୍ନାଥ ମନ୍ଦିର ବାର୍ଷିକ ପ୍ରତିଷ୍ଠା

ନବରଙ୍ଗପୁର,ତା୯। ୬ : ନବରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ ମୁଖ୍ୟ ତଥା ଜିଲ୍ଲା ରାଜ ପୁରୋହିତ ନରସିଂହନାଥ ତ୍ରିପାଠୀଙ୍କ ତତ୍ତ୍ବବାବଧାନରେ ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗ ପକ୍ଷରୁ ମନ୍ଦିର ପ୍ରତିଷ୍ଠାର ୧୦ମ ପ୍ରତିଷ୍ଠା ବାର୍ଷିକ ଉତ୍ସବ ପବିତ୍ର ଜ୍ୟେଷ୍ଠ ଶୁକ୍ଳ ଦ୍ବାଦଶୀ ସୋମବାର ଦିନ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାବିଧୂରେ ବରିଷ୍ଠ ପୂଜକ ପ୍ରମୋଦ ପାଢ଼ୀ, ପୂଜକ ସୁମିତ ହଡପ ଏବଂ ଅନ୍ୟ ପୁରୋହିତ ଗଣ ଉପସ୍ଥିତ ରହି ସମସ୍ତ ପୂଜାକାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି। ଏହି ପ୍ରତିଷ୍ଠା ବାର୍ଷିକ ଉତ୍ସବରେ ବହୁ ଭକ୍ତ ଯୋଗଦାନ କରିଥିଲେ ।