
ଉମରକୋଟ:୯।୬ ଧରତୀ ଅବବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ବଳିଦାନ ଦିବସ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟର ସୁନାବେଡା ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ | ଭଗବାନ ବିର୍ସା ମୁଣ୍ଡାଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କାରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ | ଭଗବାନ ବିର୍ସା ମୁଣ୍ଡା ଦେଶ ଓ ଜାତି ପାଇଁ ଯେଉଁ ଚରମ ବଳିଦାନ ଦେଇଛନ୍ତି ତାହା ଅବିସ୍ମରଣୀୟ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିବା ସହ ତାଙ୍କ ଜୀବନ ଆଦର୍ଶ ଓ ଦେଶପ୍ରେମ ଆମ ପାଇଁ ସଦା ସର୍ବଦା ପ୍ରେରଣା ର ଉତ୍ସ ବୋଲି କହିଥିଲେ | ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ନାମରେ ଧରତୀ ଅବବା ଜନଜାତୀୟ ଗ୍ରାମ ଉନ୍ନୟନ ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଭଳି ଜନଜାତି ବହୁଳ ଜିଲ୍ଲା ରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପିର ଅଶୋକ ପାଢ଼ୀ, ରାମ ନାୟକ, ସନ୍ତୋଷ ମହାପାତ୍ର, ଭଜନାଥ ଗଣ୍ଡ ପ୍ରମୁଖଙ୍କ ସହ ବିଜେପି ନେତୃ ମଣ୍ଡଳୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।