
ଝରିଗାଁ ୯/୬ ନବରଙ୍ଗପୁର ଜିଲା ଝରିଗାଁ ଆତ୍ମା ସଭାଗୃହରେ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ରବିବାରଠାରୁ ତିନି ଦିନିଆ ଗୋ ପାଳକଙ୍କ ଜିଲାସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାକାରୀ ଡାକ୍ତର ରାଧେଶ୍ୟାମ ଲାଇକା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ସରକାରଙ୍କ ଗୋ ପାଳନ ପ୍ରତି କ’ଣ ଆଭିମୁଖ୍ୟ ରହିଛି ସେ ସମ୍ପର୍କରେ ଗୋ ପାଳକମାନଙ୍କୁ ବୁଝାଇଥିଲେ। ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାକାରୀ ତଥା ପ୍ରାଣୀଧନ ଉତ୍ପାଦନ ଡାକ୍ତର ମନୋରଞ ଞ୍ଜନ ନନ୍ଦ, ନବରଙ୍ଗପୁର ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସାକା ଧୋକାରୀ ପ୍ରଜ୍ଞା ପଣ୍ଡା ଯୋଗ ଦେଇଥିଲେ। ଗୋ ଜନିତ ରୋଗର କାରଣ, ଲକ୍ଷ୍ମଣ ଓ ତାର ନିରାକରଣ, ଗାଈମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି, ତାଙ୍କ ବାସସ୍ଥାନ ସ୍ଥାନ ସମ୍ପର୍କରେ ନିତ
ଆଲୋ ଲୋଚନା ହୋଇଥିଲା। ଏଥିସହ ଖାଦ୍ୟ ପରିଚାଳନା ତଥା ଘାସ (ହାତିଆ, ଆଜୋଲା, ହାଇଡ୍ରୋ ଡ୍ରୋପୋନିକ) ଚାଷ କିପରି । କମ୍ ଖର୍ଚ୍ଚରେ ହେବ, ନିଜେ କିପରି ଦାନା ପ୍ରସ୍ତୁତି କରିପାରିବେ ସେ ବିଷୟରେ ବୁଝାଇଥିଲେ। ଏଥିସହ ଗୋ ପାଳନ ସମନ୍ଧିତ ବିଭିନ୍ନ ପ୍ରକାର ସରକାରୀ ଯୋଜନା ଉପରେ ବିସ୍ତ୍ରୁତ ଆଲୋଚନା କରାଯାଇଛି। ଦୁଗ୍ଧ ବିକ୍ରି କରିବା ସହ ସେଥ୍ରୁ କିପରି ବିଭିନ୍ନ ପ୍ରକାରର ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତି ହେବ ଓ ତାହାକୁ କିପରି ସହଜରେ ବିକ୍ରୀ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଶିବିରରେ ଝରିଗାଁ ବ୍ଲକର ବିଭିନ୍ନ ଅଞ୍ଚଳରୁ ୨୦ ଜଣ ଚାଷୀ ଉପସ୍ଥିତ ଥିଲେ। ୧୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋ ପାଳନ ପାଇଁ ଅନୁମତିପତ୍ର ପ୍ରଦାନ କରାଯାଇଛି I କାର୍ଯ୍ୟକ୍ରମ କ୍ରମକୁ ଡାକ୍ତର ସାରଦା ପ୍ରସାଦ ନାୟକ ପରିଚା ରିଚାଳନା କରିଥିଲେ। ଝରିଗାଁ ପ୍ରାଣୀ । ଚିକିତ୍ସାଳୟ ଳୟ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।