
ନବରଙ୍ଗପୁର ୯/୬: ସମଗ୍ର ଭାରତ ବର୍ଷରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଥିବା ବେଳେ ପ୍ରତଶ୍ୟକ ବ୍ୟକ୍ତି ବୃକ୍ଷ ରୋପଣ କରି ପରିବେଶକୁ ସୁରକ୍ଷା କରିବା ପାଇଁ ସଚେତନ କରାଯାଇଥାଏ ।
ଏପରିକି ପରିବେଶ କୁ ସୁସ୍ଥ ଏବଂ ସୁନ୍ଦର କରିବେ ରାଜ୍ୟ ଏ କେନ୍ଦ୍ର ସରକାର ପଞ୍ଚାୟତ 이요 ଆରମ୍ଭ କରି ସହର ପର୍ଯ୍ୟନ୍ତ ଅନେକ ସଚେତନ ମୂଳକ କାର୍ଯ୍ୟକ୍ରମ କରିବା ସହିତ ପ୍ରତିକ ଖାଲି ସ୍ଥାନରେ ଗଛ ଲଗେଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ନବରଙ୍ଗପୁର କଲେ ଜରେ ଏହାର ବ୍ୟତିକ୍ରମ ଘଟିଥିବା ଜଣା ପଢିଛି ।
ନବରଙ୍ଗପୁର କଲେଳର ପ୍ରାୟ ୧୨ ଏକର ରେ ଥିବା ପରି ସରକୁ ଅତୀତରେ ସବୁଜ ସୁନ୍ଦର କରିବା ପାଇଁ ପୂର୍ବତନ କଲେଜ ଅଧ୍ୟକ୍ଷ ମାନଙ୍କ ସମେତ ବହୁ ପୁରାତନ ଛାତ୍ର ଛାତ୍ରୀ ଛାତ୍ରୀ ଶ୍ରମ ଦାନ କରି ବୃକ୍ଷ ରୋପଣ କରି ଥିଲେ
ମହାବିଦ୍ୟାଳୟ ସାଇନ୍ସ କଲେଜ ପରିସର ସମେତ ଆର୍ଟସ୍ ? କଲେଜ ପରିସରରେ ବା ପ୍ରାୟ ୮ ଏକରରୁ ରର୍ଦ୍ଧ ଖାଲି ସ୍ଖଳରେ ଚାକୁଣ୍ଡା, ସର୍ଗୀ, ଆକାଶିଆ, ନୀଳଗିରୀ, ଚମ୍ପା ଭଳି
ଇତ୍ୟାଦୀ ଭଳିକି ଭଳି ବୃକ୍ଷ ରୋପଣ କରାଯାଇଥୁଲା । କାଳକ୍ରମେ ବୃକ୍ଷ ବଡ ହେବା ପରେ ବୃକ୍ଷ ଗୁଡିକ ଉପରେ ବିଭିନ୍ନ ଲୋକଙ୍କ ଇଲୁପ ଦୃଷ୍ଟି ପଡିଥିଲା । ଏହି କ୍ରମରେ ପୂର୍ବରୁ କିଛି ବ୍ୟକ୍ତି ମାନେ କଲେଜର ପୁରୁଣା ଅଫିସ ସମ୍ମୁଖର ଗଛ ଗୁଡିକୁ ବେଆଇନ ଭାବେ କାଟି ବିକ୍ରୀ କରିଥିବା ଲୋକ ଲୋଚନ କୁ ଆସିଥିବା ପରେ ସଂପୃକ୍ତ ବ୍ୟକ୍ତି ବିଶେଷ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମଧ୍ୟ ସେତେବେଳେ ନଜର କୁ ଆସିଥିବା । ଏହା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ସମାନ ଘଟଣା ସାମନାକୁ ଆସିଥୁବା ଦେଖୁବାକୁ ମିଳିଛି । ଗତ ମାସ କଲେଜର
ନୂତନ ପ୍ରଶାସନିକ ଭବନ ସାମନା ସହିତ କଲେଜ୍ ପରିସରରେ ଥିବା ଅନେକ ବଡ ବଡ ଗଛ ଗୁଡିକୁ କାଟି ଦିଆଯାଇଛି । ଯାହାକି ବିଶ୍ଵ ପରିବେଶ ଦିବସ ପାଳନକୁ ଏକ ପ୍ରକାର ଉପହାସ କରିବା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି । ବିନା କାରଣରେ ବଣକୁ ପଦା କରିବା ପଛର ରହସ୍ୟକୁ ନେଇ ପୁରାତନ ଛାତ୍ର ଛାତ୍ରୀଙ୍କ ସମେତ ସ୍ଥାନୀୟ ବାସୀନ୍ଦା ମାନଙ୍କ ମନରେ ବହୁ ଆଲୋଚନ ସୃଷ୍ଠି କରିଛି । ଏପରିକି ଅନେକ ବୁଦ୍ଧିଜୀବୀ ଏହି ଘଟଣାକୁ ନିନ୍ଦା ମଧ୍ୟ କରିଛନ୍ତି । ଏହି ଘଟଣା ସମ୍ପର୍କରେ କଲେଜ ଅଧକ୍ଷ ଡି ଗୋଟିନ୍ଦା ରାଓଙ୍କୁ ପଚାରିବାରୁ ଗଛ କାଟିବା ବିଷୟ ମୁଁ ଜାଣିନାହିଁ ଉକ୍ତ
ସମୟରେ ସେ ଛୁଟିରେ ଥିବା କହିବା ସହ ଗଛ ଗୁଡିକୁ ଟ୍ରିମିଙ୍ଗ ପାଇଁ ଜିଲ୍ଲା ବନ ବିଭାଗ ଠାରୁ ଅନୁମତି ନିଆଯାଇଥିଲା । ଗଛ ସମ୍ପୂର୍ଣ କାଟିବା କଥା ତାଙ୍କ ଅଜାଣତରେ କଟାଯାଇଛି । ଏହି ଘଟଣାକୁ ଅନୁଧ୍ୟାନ କରାଯିବ ବୋଲି ଅତି ସାମାନ୍ୟ ଭାବରେ ଉତ୍ତର ରଖୁଥିଲେ । ତେବେ ଗଛ କଟା ଯିବାର ଦୀର୍ଘ ଦିନ ବିତି ଯାଇଥୁରେ ମଧ୍ୟ ଏଯାଏଁ ଏହି ଘଟଣାରେ ସଂପୂତି ଥିବା ବ୍ୟକ୍ତି ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । କଲେଜ୍ ପରିସରର ଏହି ଗଛ କଟା ବିଷୟ ନେଇ ଜିଲ୍ଲା ବନ ଖଣ୍ଡ ମୁଖ୍ୟ ଅକାରୀଙ୍କୁ ପଚାରିବାରୁ ପାଖାପାଷ୍ଟ୍ ୬ମାସ ପୂର୍ବେ ପରିସରର କିଛି ବଡ଼ ଗଛ ଚିହ୍ନ କରି କେବଳ ଜକ୍ତ ଗଛ ଗୁଡ଼ିକୁ ଟ୍ରାମିଂ ବା କେବଳ ଡାଳ କାଟିବା ପାଇଁ ଅନୁମତି ଦିଆଯାଇଥିଲା ଏବଂ ସେତେବେଳେ ହିଁ ଉକ୍ତ କାର୍ଯ୍ୟ କରାଯିବାର ନଜର ରହିଛି ବର୍ତ୍ତମାନ କିନ୍ତୁ ଆଉ କୌଣସି ଗଛ ତାଳ କାଟିବା ପାଇଁ ଅନୁମତି ଦିଆ ଯାଇନାହିଁ ବୋଲି କହିଛନ୍ତି ଜିଲ୍ଲା ବନ ଖଣ୍ଡ ମୁଖ୍ୟ ଅଧୁକାରୀ ଶୁଭେନ୍ଦୁ ପ୍ରସାଦ ବେହେରା ।
ତେବେ ଏହି ଘଟଣାକୁ ନେଇ ପୂର୍ବତନ କଲେଜ ଛାତ୍ର ସଂସଦ ସଭାପତି ତଥା ଆଲୁମିନି କମିଟି ସଭାପତି ଗଣେଷ ଦାସ ଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଶ୍ରୀ ଦାଶଙ୍କ କହିବା ଅନୁଯାୟୀ, ଉନ୍ନୟନ ନାମରେ କିଛି ଉଦ୍ଦେଶ୍ୟ ରଖ୍ ଗଛ କଟାଯାଇଛି । କେବଳ ଡ଼ାଳ କାଟିବା ପାଇଁ ଅନୁମତି ଆଣି ବଡ଼ ବଡ଼ ଗଛକୁ ମୂଳରୁ କାଟିବା ସମ୍ପୂର୍ଣ୍ଣ ବେଆଇନ କାର୍ଯ୍ୟ । ଅଭିସନ୍ଧି ଓ ଉଦ୍ଦେଶ୍ୟ ମୂଳକ 6 ଭାବେ ଏହି ଗଛ କଟାଯାଇଛି, ତେଣୁ ଏହାର ତଦନ୍ତ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ପୂର୍ବତନ ଛାତ୍ର ସାଂସଦ ସଭାପତି ଗଣେଶ ଦାସ । ତେବେ ପରିବେଶ କୁ ସୁସ୍ଥ ଏବଂ ସୁନ୍ଦର
ରଞ୍ଝା ପାଇଁ ବହୁ କାର୍ଯ୍ୟକ୍ରମ ବହୁ ସ୍ଥାନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ବେଳେ ଉଚ୍ଚ ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ଘଟଣା ଘଟିବା ଏକ ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚା କୌ ଧରୁଛି ।